ଜଳେଶ୍ୱର(ଅଜିତ ଦାସ): ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼। ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ। ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁର ଲୋକମାନେ ସବୁଦିନ ପରି ଆଜି ବିଲକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଜାତୀୟ ରାଜପଥର ପାର୍ଶ୍ୱ ବିଲ ମଝିରେ ଗଦା ହୋଇଥିବା ବାଲି ଉପରେ ଗୋଟିଏ ଗୋଡ଼ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୋଡ଼ ଜବତ କରିଥିଲା। ପରେ ବାଲି ଭିତରୁ ଆଉ ଗୋଟିଏ ଗୋଡ଼ ଉଦ୍ଧାର କରିଥିଲା। ଗୋଡ଼ ଦୁଇଟିକୁ ପୁଲିସ ବାଲେଶ୍ୱର ଫରେନ୍ସିକ ଲାବକୁ ପଠାଇଛି। ୨୫ ଦିନ ତଳେ ଏହି ମର୍ଡର କରାଯାଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ପାଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।