ଲାଞ୍ଚ ନେବା ବେଳେ ଆରଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା ଜମନକିରା ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ ମହାନନ୍ଦ। ଭିଜିଲାନ୍ସ ତାଙ୍କଠାରୁ ଟଙ୍କା ଜବତ କରିବା ସହ ତାଙ୍କ ଅଫିସରେ ଚଢ଼ାଉ କରିଛି। ଜମନକିରା ଓରାମ ପଡ଼ାର ଦୁଃଖା ମିଞ୍ଜ ଜମି ବିଭାଜନ ପାଇଁ ଆରଆଇ ଅଫିସରେ ଆବେଦନ କରିଥିଲେ। ଏଥିପାଇଁ ମନୋଜ ୯ହଜାର ଟଙ୍କା ମାଗିଥିଲେ। ଏନେଇ ଦୁଃଖା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ମନୋଜଙ୍କୁ […]

Ri

Tapaswini Nayak
  • Published: Monday, 18 April 2022
  • , Updated: 18 April 2022, 01:17 PM IST

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା ଜମନକିରା ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ ମହାନନ୍ଦ। ଭିଜିଲାନ୍ସ ତାଙ୍କଠାରୁ ଟଙ୍କା ଜବତ କରିବା ସହ ତାଙ୍କ ଅଫିସରେ ଚଢ଼ାଉ କରିଛି।

ଜମନକିରା ଓରାମ ପଡ଼ାର ଦୁଃଖା ମିଞ୍ଜ ଜମି ବିଭାଜନ ପାଇଁ ଆରଆଇ ଅଫିସରେ ଆବେଦନ କରିଥିଲେ। ଏଥିପାଇଁ ମନୋଜ ୯ହଜାର ଟଙ୍କା ମାଗିଥିଲେ। ଏନେଇ ଦୁଃଖା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ମନୋଜଙ୍କୁ ଧରିବା ପାଇଁ ଯୋଜନା କରିଥିଲା।

ଆଜି ଦିନ ପ୍ରାୟ ୧୦ଟା ସମୟରେ ଆରଆଇ ମନୋଜ ମହାନନ୍ଦ ନିଜ କାର୍ଯ୍ୟାଳୟରେ ଦୁଃଖାଙ୍କ ଠାରୁ ୯ ହଜାର ଟଙ୍କା  ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଏହାସହ ମନୋଜଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

 

 

Related story