ଭୁବନେଶ୍ୱର: ଜାଲ କାଗଜପତ୍ର ଦ୍ୱାରା ନିଜକୁ ଜମି ମାଲିକ କହି ୯୨ ଲକ୍ଷ ଟଙ୍କ। ଠକେଇ କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଅବଦୁଲ କରିମ ଖାନ୍। ତା’ ଘର ଜଗତସିଂହପୁର ସମଙ୍ଗ ଅଞ୍ଚଳରେ। ଗତକାଲି ରାତିରେ ସହିଦ ନଗର ପୋଲିସ ଜଗତସିଂହପୁରରୁ ତାକୁ ଗିରଫ କରିଛି। ୨୦୧୧ ମସିହାରେ ପଟିଆ ଇନଫେ।ସିଟି ଅଞ୍ଚଳରେ ନିଜର ଦେଢ଼ ଏକର ଜମି ଥିବା ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲା ଅବଦୁଲ। ପରେ ସେ ବିଭିନ୍ନ ଘରୋଇ ହସ୍ପିଟାଲର ଡାକ୍ତରମାନଙ୍କୁ ଏହି ଜମି ବିକ୍ରି କରିବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କ। ନେଇଥିଲା। ତେବେ ଜମି ନପାଇ ଠକାମିର ଶିକାର ହୋଇଥିବା ଲୋକେ ଦୁଇମାସ ତଳେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସହିଦନଗର ପୋଲିସ ଗତକାଲି ରାତିରେ ଅବଦୁଲକୁ ଗିରଫ କରିଛି। ତେବେ ଏହି ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିପିନ ବିହାରୀ ଦାସ ଫେରାର ରହିଥିବା ଜଣାପଡ଼ିଛି।