ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ଝାରସୁଗୁଡା ସିପିଆଇ ପକ୍ଷରୁ ଆନ୍ଦୋଳନ

 ଝାରସୁଗୁଡା :  କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ବିଲକୁ ବିରୋଧ କରି  ଝାରସୁଗୁଡା ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆଜି ଆନ୍ଦୋଳନ କରିଥିଲେ । ଭାରତୀୟ କମୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଭ୍ୟ ଅନିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ କର୍ମୀମାନେ ଦଳୀୟ ପତାକା ଧରି ସାମିଲ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୬ ଦଫା ସମ୍ୱଳିତ ଦାବୀ ପତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ତାରିଣି ମନ୍ଦିରରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ  ଶୋଭାଯାତ୍ରା କରାଯାଇଥିଲା ।