ଜମିବାଡି ବିବାଦ: ଗାଡି ଚଢାଇ ବଡବୋଉକୁ ହତ୍ୟା କଲା ପୁତୁରା

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ରକରି ବଡବୋଉକୁ ହତ୍ୟାକଲା ପୁତୁରା। ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଢିହସାହି ଗାଁରୁ। ଜମିବାଡି ବିବାଦ କାରଣରୁ ଉଭୟ ବଡବାପା ଓ ବଡବୋଉଙ୍କ ସହ ପୁତୁରା ମନୋଜର ପାଟିତୁଣ୍ଡ ହୋଇଥିଲା। ଏହା ପରେ ସେ ଉଭୟଙ୍କୁ ବାନ୍ଧି ଟାଟା ଏସି ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ତାର ବଡବାପା ବଞ୍ଚିଯାଇଥିବାବେଳେ ବଡବୋଉର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ମନୋଜ ଓ ତାର ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। […]

murder

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:57 AM IST

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ରକରି ବଡବୋଉକୁ ହତ୍ୟାକଲା ପୁତୁରା। ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଢିହସାହି ଗାଁରୁ। ଜମିବାଡି ବିବାଦ କାରଣରୁ ଉଭୟ ବଡବାପା ଓ ବଡବୋଉଙ୍କ ସହ ପୁତୁରା ମନୋଜର ପାଟିତୁଣ୍ଡ ହୋଇଥିଲା। ଏହା ପରେ ସେ ଉଭୟଙ୍କୁ ବାନ୍ଧି ଟାଟା ଏସି ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ତାର ବଡବାପା ବଞ୍ଚିଯାଇଥିବାବେଳେ ବଡବୋଉର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ମନୋଜ ଓ ତାର ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story