Advertisment

ଯଦି ଶିବଙ୍କ ପତ୍ନୀ ମା’ ଦୁର୍ଗା, ତା ହେଲେ ଓଡ଼ିଶାରେ କ’ଣ ପାଇଁ ଏକାଠି ପୂଜା ହୁଅନ୍ତି ଦୁର୍ଗା ମାଧବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ଶାରଦୀୟ ଦୁର୍ଗାପୂଜା। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି। ପୀଠମାନଙ୍କରେ ମଧ୍ୟ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏବେ ଚାଲିଛି ‘ଗୁଣ୍ଡିଚା ଯାତ୍ରା’ । ଆମ କଥା ଶୁଣି ଆପଣ ଚକିତ ହେଉଥିବେ, ଭାବୁଥିବେ ଆଷାଢରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ତା’ହେଲେ, ଏବେ କ’ଣ ଚାଲିଛି ? ହୁଏତ ଆମେ କିଛି ଭୁଲ୍‌ କହି ଦେଇଛୁ ବୋଲି […]

ଅଦ୍ୟତନ ହୋଇଛି
ଯଦି ଶିବଙ୍କ ପତ୍ନୀ ମା’ ଦୁର୍ଗା, ତା ହେଲେ ଓଡ଼ିଶାରେ କ’ଣ ପାଇଁ ଏକାଠି ପୂଜା ହୁଅନ୍ତି ଦୁର୍ଗା ମାଧବ ?

sss

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ଶାରଦୀୟ ଦୁର୍ଗାପୂଜା। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି। ପୀଠମାନଙ୍କରେ ମଧ୍ୟ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏବେ ଚାଲିଛି ‘ଗୁଣ୍ଡିଚା ଯାତ୍ରା’ । ଆମ କଥା ଶୁଣି ଆପଣ ଚକିତ ହେଉଥିବେ, ଭାବୁଥିବେ ଆଷାଢରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ତା'ହେଲେ, ଏବେ କ’ଣ ଚାଲିଛି ?

Advertisment

ହୁଏତ ଆମେ କିଛି ଭୁଲ୍‌ କହି ଦେଇଛୁ ବୋଲି ଆପଣ ଭାବୁଥାଇ ପାରନ୍ତି। ହେଲେ ଆଦୌ ସେମିତି ନୁହେଁ। ବାସ୍ତବରେ ଏବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ‘ଶାକ୍ତ ଗୁଣ୍ଡିଚା’ ପର୍ବ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ଗଲେ ଆପଣ ମଧ୍ୟ ଏ କଥାକୁ ସ୍ୱଚକ୍ଷୁରେ ଦର୍ଶନ କରି ପାରିବେ।

publive-image

ତା ହେଲେ ଆସନ୍ତୁ, ଆମ 'ଜଣା ଅଜଣା ଜଗନ୍ନାଥ' ସ୍ତମ୍ଭରେ ଜାଣିବା ଏହି 'ଶାକ୍ତ ଗୁଣ୍ଡିଚା' ପରମ୍ପରା ସମ୍ପର୍କରେ।

Advertisment

ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଶ୍ରୀକ୍ଷେତ୍ରର କ୍ଷେତ୍ରାଧିଶ୍ୱର। ଉତ୍କଳୀୟ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ତାଙ୍କୁ ବିଷ୍ଣୁ ଓ ଶିବ ଉଭୟ ଭାବେ ପରିକଳ୍ପନା କରାଯାଇଛି। ବିଷ୍ଣୁ ରୂପେ ସର୍ବଦା ଆରାଧିତ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଶକ୍ତି ପୂଜା ବା ଷୋଳପୂଜା(ଷୋଡଶ ଦିନାତ୍ମକ ପୂଜା) ସମୟରେ ମା’ ଦୁର୍ଗାଙ୍କର ପତି ଭାବେ ପୂଜିତ ହୋଇଥା'ନ୍ତି। ଏହା ସବୁଠାରୁ ରୋଚକ କଥା, ଏଇଥିପାଇଁ ଯେ ସାରା ଭାରତ ବର୍ଷରେ ଦୁର୍ଗାଙ୍କର ପତି ଭାବେ ଶିବ ଗୃହୀତ ହୋଇଥିବା ବେଳେ ଓଡିଆ ଘରେ ଦୁର୍ଗା ମାଧବ ଉପାସନା ପରମ୍ପରା ଅନନ୍ୟ। ରତ୍ନସିଂହାସନରେ ଆରୁଢ ସପ୍ତାଭରଣ ଦେବତାଙ୍କ ମଧ୍ୟରୁ ମାଧବ ବିଗ୍ରହ(କ୍ଷୁଦ୍ର ଏକକ ଜଗନ୍ନାଥ) ଏହି ଷୋଳପୂଜା ସମୟରେ ମା’ ଦୁର୍ଗାଙ୍କ ସହ ଏକାଠି ଉପାସିତ ହୁଅନ୍ତି। ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିରରେ ଗୋଟିଏ ଖଟରେ ବସି ଏକତ୍ର ରୁନ୍ଧା ହୋଇ ଉପାସିତ ହେଉଥିବା ବେଳେ ପର ୮ ଦିନ ଗୋଟିଏ ରଥରେ ବିଜେ କରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ଉପାସିତ ହୁଅନ୍ତି।

publive-image

ଉପରୋକ୍ତ କଥାକୁ ପ୍ରମାଣିତ କରିବା ଲାଗି ଶାସ୍ତ୍ରରେ ଗୋଟିଏ ଶ୍ଲୋକ ରହିଛି ‘ବିମଳା ଭୈରବୀ, ଯତ୍ର ଜଗନ୍ନାଥସ୍ତୁ ଭୈରବଃ’ । ଶିବ ଆଉ ଶକ୍ତିଙ୍କୁ ଭୈରବ ଆଉ ଭୈରବୀ ଭାବେ ଭାରତୀୟମାନେ ଉପାସନା କରୁଥିବା ହେତୁ, ଏଠାରେ ଭୈରବୀ ପାର୍ବତୀ ଭାବେ ବିମଳା ବା ଦୁର୍ଗା ଓ ଭୈରବ ଶିବ ଭାବେ ଭଗନ୍ନାଥ ବା ମାଧବ ଏକତ୍ର ଉପାସିତ ହୁଅନ୍ତି। ଏପରିକି ମହାପ୍ରସାଦ ମଧ୍ୟ ବିମଳାଙ୍କୁ ସମର୍ପିତ ହେବା ପରେ ଯାଇ ମହାପ୍ରସାଦର ମାନ୍ୟତା ପାଇଥାଏ।

ଆହୁରି ପଢ଼ନ୍ତୁ: ଏମିତି ଉତ୍କଳ ଆସିଥିଲେ କାଞ୍ଚି ଗଣେଶ

ଏଣୁ ଦେବୀ ବିମଳା ଦୁର୍ଗା ସ୍ୱରୂପରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ପୂଜିତ ହୁଅନ୍ତି ବୋଲି ଶାସ୍ତ୍ର ମତ ଦେଇଛି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe