ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ କଂଗ୍ରେସରୁ ବେଗୁନିଆ-ବୋଲଗଡ଼ ଆସନରୁ ଲଢ଼ିପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ଫାଇନାଲ ହୋଇନି । କଂଗ୍ରେସକୁ ଏକାଠି, ସୁଦୃଢ଼ କରିବାକୁ ମୁଁ ଚାହୁଁଛି ବୋଲି ପୃଥ୍ୱୀ ବଲ୍ଲଭ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।