ଜଙ୍ଗଲ ନିଆଁ ଆୟତ୍ତ ପାଇଁ ନିଯୁକ୍ତି ପାଇବେ ୨୫୦୦

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଚିନ୍ତା ବଢିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଥିବାର ଖବର ଆସୁଛି। ଏପରିସ୍ଥିତିରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଶୀଘ୍ର ରାଜ୍ୟରେ ୨୫୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦେଖା ଦେଇଥିବା ନିଆଁକୁ ଲିଭାଇବାକୁ ପ୍ରାୟ ୨୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏହି କର୍ମଚାରୀଙ୍କ ପକ୍ଷେ […]

jungal

Rakesh Mallick
  • Published: Saturday, 30 April 2016
  • , Updated: 01 May 2016, 02:45 AM IST

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଚିନ୍ତା ବଢିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଥିବାର ଖବର ଆସୁଛି। ଏପରିସ୍ଥିତିରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଶୀଘ୍ର ରାଜ୍ୟରେ ୨୫୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦେଖା ଦେଇଥିବା ନିଆଁକୁ ଲିଭାଇବାକୁ ପ୍ରାୟ ୨୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏହି କର୍ମଚାରୀଙ୍କ ପକ୍ଷେ ନିଆଁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଏପରି ସ୍ଥିତିରେ ଅଧିକ ୨୫୦୦ ଲୋକଙ୍କୁ ନିଆଁ ଲିଭା ପାଇଁ ନିଯୁକ୍ତି ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଗତ ୪ ଦିନ ହେଲା କୁଲଡିହା ଓ ସାତକୋଶିଆ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ନିଆଁ ଲାଗିଛି। ସବୁଜ ବାହିନୀ ସହ ବନ କର୍ମଚାରୀମାନେ ଏହି ନିଆଁକୁ ଆୟତ୍ତ କରିବାକୁ ଲାଗି ଥିଲେ ମଧ୍ୟ କିଛି ଲାଭ ହେଉନାହିଁ। କେବଳ ଏହି ଦୁଇଟି ଅଭୟାରଣ୍ୟ ନୁହେଁ ରାଜ୍ୟରେ ଥିବା ବଡ଼ ବଡ଼ ଜଙ୍ଗଲରେ ମଧ୍ୟ ସମାନ ଅବସ୍ଥା। ନିଆଁ ଯୋଗୁଁ ଜଙ୍ଗଲରେ ଥିବା ବହୁ ଔଷଧୀୟ ବୃକ୍ଷ ଓ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ହୋଇଯାଇଛି।

Related story