ଶ୍ରୀମନ୍ଦିର ସଂସ୍କାର ନେଇ ଜାନୁଆରୀ ୪ରେ ସୁପ୍ରିମକୋର୍ଟରେ ଦାଖଲ ହେବ ରିପୋର୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର? ଏନେଇ ଜାନୁଆରୀ ୪ ତାରିଖରେ ସର୍ବୋଚ୍ଚ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଥିବା ବେଳେ କଣ ରହିବ ସରକାରଙ୍କ ଆଭିମୁଖ୍ୟ? ତାକୁ ନେଇ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଲା ନଭେମ୍ବର ୪ ତାରିଖରେ ୨୫ଟି ପଏଣ୍ଟ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ରହିଛି, ମହାପ୍ରଭୁଙ୍କ ସେବାପୂଜାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ […]

suprime

Manoranjan Sial
  • Published: Thursday, 19 December 2019
  • , Updated: 19 December 2019, 09:17 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର? ଏନେଇ ଜାନୁଆରୀ ୪ ତାରିଖରେ ସର୍ବୋଚ୍ଚ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଥିବା ବେଳେ କଣ ରହିବ ସରକାରଙ୍କ ଆଭିମୁଖ୍ୟ? ତାକୁ ନେଇ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।

ଗଲା ନଭେମ୍ବର ୪ ତାରିଖରେ ୨୫ଟି ପଏଣ୍ଟ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ରହିଛି, ମହାପ୍ରଭୁଙ୍କ ସେବାପୂଜାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ମୁଖ୍ୟ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସେବାପୂଜା ଓ ନୀତିକାନ୍ତି ଯେଭଳି ପରମ୍ପରା ଅନୁଯାୟୀ ଯଥାରୀତିରେ ଚାଲିବ ସେନେଇ ଶଙ୍କାରଚାର୍ଯ୍ୟ, ଗଜପତି ମହାରାଜ ଓ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ପ୍ରଶାସନ ନିଶ୍ଚିତ କରାନ୍ତୁ। ବିନା ବଧାବିଘ୍ନରେ ସେବାପୂଜା କରିବା ପାଇଁ ପ୍ରଶିକ୍ଷିତ ସେବାୟତାମାନଙ୍କୁ ହିଁ ଦାୟିତ୍ୱ ଦିଆଯିବ ବୋଲି କୋର୍ଟ କହିଥିଲେ। ଏହାଛଡ଼ା ଭକ୍ତମାନେ ଯେଭଳି ଦାନ ଦକ୍ଷିଣା ଦେବା ପାଇଁ ହଇରାଣ ନହେବେ ଶ୍ରୀମନ୍ଦିର ପ୍ରଶାସନ ସେ ଦିଗରେ ପଦକ୍ଷେପ ନେବେ ଏବଂ ସେବାୟତ ଓ ଶ୍ରମନ୍ଦିର କର୍ମାଚାରୀମାନଙ୍କୁ ପରିଚୟପତ୍ର ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଯହାଦ୍ୱାରା ଦର୍ଶନାର୍ଥୀମାନେ ସେମାନଙ୍କୁ ଚିହ୍ନିବାରେ ସହଜ ହେବ ଓ ଅଣସେବାୟତ ମଧ୍ୟ ଭକ୍ତଙ୍କୁ ଠକିବେନି। ରୋଷଘର ଓ ଆନନ୍ଦ ବଜାର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପଚିଚାଳନା କମିଟି ଆନନ୍ଦ ବଜାରରେ ମହାପ୍ରସାଦର ଶୁଦ୍ଧତା ଏବଂ ଉପଯୁକ୍ତ ଦର ଧାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ସେପଟେ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ସାମଗ୍ରୀର ବିଷଦ ତାଲିକା ପ୍ରସ୍ତୁତ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଭକ୍ତଙ୍କ ଦାନ ଦକ୍ଷିଣା କିଭଳି ସୁରକ୍ଷିତ ରଖାଯିବ, ପରିଚାଳନା କମିଟି ତା’ର ବ୍ୟବସ୍ଥା କରିବ। ମହାପ୍ରଭୁଙ୍କ ସ୍ଥାବର ସଂପତ୍ତିର ବିସ୍ତୃତ ତାଲିକା ପ୍ରସ୍ତୁତ କରି ତା’ର ଉପଯୋଗ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ସେପଟେ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏଭଳି ୨୫ଟି ପଏଣ୍ଟ ଉପରେ ସରକାର ତର୍ଜମା କରୁଛନ୍ତି। କେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

Related story