ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଜଣେ ଶିଶୁ ମୃତ

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଦୁଇ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଏମ୍‌ଭି-୩୪ର ମୁକେଶ ସୋଢୀ। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ମୁକେଶଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୬ରେ ପହଞ୍ଚିଛି। ଗତକାଲି ପଡ଼ିଆ ବ୍ଲକ ଗୋରଖପାଲି ଗାଁର ଲକ୍ଷ୍ମୀ ଓଗେଲ(ଦେଡ଼ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ କୋରକୋଣ୍ଡା ବ୍ଲକ୍ ଏମ୍‌ଭି-୨୨ର ଶିଶୁପୁତ୍ର ବବୁଲ ହାଲୁଆ(୫) ଓ ମାଥିଲିର ଶିଶୁକନ୍ୟା ଝାନସୀ ଭୂମିଆ(୫)ଙ୍କ ମୃତ୍ୟୁ […]

malkangiri

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 09:30 PM IST

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ଜଣେ ଦୁଇ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଏମ୍‌ଭି-୩୪ର ମୁକେଶ ସୋଢୀ। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ମୁକେଶଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୬ରେ ପହଞ୍ଚିଛି।

ଗତକାଲି ପଡ଼ିଆ ବ୍ଲକ ଗୋରଖପାଲି ଗାଁର ଲକ୍ଷ୍ମୀ ଓଗେଲ(ଦେଡ଼ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା।

ଗତ ୭ ତାରିଖରେ କୋରକୋଣ୍ଡା ବ୍ଲକ୍ ଏମ୍‌ଭି-୨୨ର ଶିଶୁପୁତ୍ର ବବୁଲ ହାଲୁଆ(୫) ଓ ମାଥିଲିର ଶିଶୁକନ୍ୟା ଝାନସୀ ଭୂମିଆ(୫)ଙ୍କ ମୃତ୍ୟୁ ଘଟିଥିଲା।

Related story