ଚମ୍ପୁଆରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ଗାଁର ପଶି ଭାଙ୍ଗୁଛନ୍ତି ଘର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ଅଞ୍ଚଳରେ ଉପଦ୍ରବ କରୁଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ଏହି ହାତୀପଲ ଗାଁ ନିକଟ ବର୍ଦ୍ଧମାନ ଜଙ୍ଗଲରେ ବୁଲୁଛନ୍ତି। ବାଙ୍ଗିରାପୋଷୀ ଓ ବାଲିପୋଷି ଗାଁରେ ହାତୀପଲ ପଶି ଲୋକଙ୍କ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି।  ହାତୀ ଉପଦ୍ରବରେ ଲୋକମାନେ ଆତଙ୍କିତ ହୋଇ ଅଛନ୍ତି।