ଭିଡିଓ ଧରାଇ ଦେଲା ପିଇଓଙ୍କ କାରନାମା, ଆସିଲା ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀଙ୍କୁ ଟଙ୍କା ମାଗିବା ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ। ଜଣେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସେ ଏହି ତଦନ୍ତ କରିବାକୁ କହିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

ଏହି ଭାଇରାଲ ଭିଡିଓରେ ବିଦେଶରୁ ଆସିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ପିଇଓ କହୁଛନ୍ତି, ଦେଶ ଭିତରରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଲେ ପଇସା ଦେବାକୁ ପଡ଼ିବ ନାହିଁ। ହେଲେ ଦେଶ ବାହାରୁ ଯଥା ବିଦେଶରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଲେ ପଇସା ଦେବାକୁ ପଡ଼ିବ। ନ ହେଲେ କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ।

ସେ ଆହୁରି କହିଛନ୍ତି, ବିଦେଶୀରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେଲେ ରହିବା ଓ ଖାଇବା ଖର୍ଚ୍ଚ ଦେବାକୁ ପଡିବ। ୧୬ ଦିନ ରହିବା ପାଇଁ ଦୈନିକ ୧୨୦ଟଙ୍କା ହିସାବରେ ୧୯ ଶହ ୨୦ଟଙ୍କା ଏବଂ ସାମଗ୍ରୀ ବ୍ୟବହାର ବାବଦକୁ ୧ ହଜାର ଟଙ୍କା ଦେବାକୁ ହେବ।

ତେବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Ordigital Desk
• Published: Monday, 27 July 2020
• Updated: 27 July 2020, 11:36 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos