ଗର୍ଜିଲେ ସୁର; କହିଲେ-ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସର୍ବଗିଳା ସରକାର ଚାଲିଛି। ଭୁବନେଶ୍ୱରର ବିକାଶ ପରିବର୍ତ୍ତେ ରାଜ୍ୟ ସରକାର ୨୦ ବର୍ଷ ଧରି ବିନାଶ କରି ଚାଲିଛନ୍ତି। ଭୁବନେଶ୍ୱରରେ ଶୋଭାବର୍ଦ୍ଧନ କରୁଥିବା ଏକାମ୍ର ପାର୍କକୁ ବିକ୍ରି କରିବାକୁ ଚାଲିଥିବା ଷଡଯନ୍ତ୍ର ସଫଳ ହେବାକୁ ଦିଆଯିବ ନାହିଁ। ରାଜ୍ୟ ସରକାର ଯଦି ତାଙ୍କ ନିଷ୍ପତ୍ତିରୁ ନଓହରନ୍ତି, ତାହାହେଲେ ବିରାଟ ଗଣ ଆନ୍ଦୋଳନ ଗଢ଼ି ଉଠିବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି-“ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଓ […]

sura

sura

Manoranjan Sial
  • Published: Tuesday, 03 November 2020
  • Updated: 03 November 2020, 04:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସର୍ବଗିଳା ସରକାର ଚାଲିଛି। ଭୁବନେଶ୍ୱରର ବିକାଶ ପରିବର୍ତ୍ତେ ରାଜ୍ୟ ସରକାର ୨୦ ବର୍ଷ ଧରି ବିନାଶ କରି ଚାଲିଛନ୍ତି। ଭୁବନେଶ୍ୱରରେ ଶୋଭାବର୍ଦ୍ଧନ କରୁଥିବା ଏକାମ୍ର ପାର୍କକୁ ବିକ୍ରି କରିବାକୁ ଚାଲିଥିବା ଷଡଯନ୍ତ୍ର ସଫଳ ହେବାକୁ ଦିଆଯିବ ନାହିଁ। ରାଜ୍ୟ ସରକାର ଯଦି ତାଙ୍କ ନିଷ୍ପତ୍ତିରୁ ନଓହରନ୍ତି, ତାହାହେଲେ ବିରାଟ ଗଣ ଆନ୍ଦୋଳନ ଗଢ଼ି ଉଠିବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି-“ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଓ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ଏବେ ବିକ୍ରି କରିବାକୁ ନବୀନ ପଟ୍ଟନାୟକ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ।”

ସେ ଆହୁରି କହିଛନ୍ତି-“ଏକାମ୍ର ପାର୍କରେ ବିଭିନ୍ନ ପ୍ରକାର ଉଦ୍ୟାନ ଭିତ୍ତିକ ବୃକ୍ଷଲତା ରୋପଣ କରାଯାଇ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫୁଲ, ଫଳ ଚାରା ଯୋଗାଇ ଦିଆଯାଉଛି। ଏଠାରେ ୩୦ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଯଥା ଆମ୍ବ, କାଜୁ, ଅର୍କିଟ, ସେପେଟା, ସପୁରୀ ଓ ଗୋଲାପ ଆଦି ବହୁ ମୂଲ୍ୟବାନ ଫୁଲ ଗଛ ଲଗା ଯାଇଥିଲା। ଏହା ବ୍ୟତୀତ ଉନ୍ନତମାନର ପଲ୍ଲୀ ହାଉସ ଓ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଉଦ୍ୟାନ ଫ୍ରେସ୍‌ ପ୍ରଭୃତିରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଭିତିଭୂମିକୁ ସୁଦୃଢ଼ କରାଯାଇଥିଲା। ଏହା ଏକ ସଫଳ କାର୍ଯ୍ୟକ୍ରମ ହୋଇଥିଲା। ମାତ୍ର ନବୀନ ସରକାର ଦୀର୍ଘ ୨୦ ବର୍ଷ ଧରି ଏହାର ରକ୍ଷଣାବେକ୍ଷଣ କଲେନାହିଁ। ଏବେ ରାଜ୍ୟ ସରକାର ଏହି ଜମିକୁ ହଡପ୍‌ କରିବା ପାଇଁ ଯୋଜନା କରି ଗତ ୧୩ ତାରିଖରେ ଏଠାରେ ଥିବା ୨୬ ଏକର ଜାଗାରୁ ୨୦ ଏକର ୯୦ ଡେସିମିଲ ଜାଗାକୁ ଜିଏ ଡିପାର୍ଟମେଂଟକୁ ହସ୍ତାନ୍ତର କରିବା ପାଇଁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି। ଏହି ଜମିକୁ ରାଜ୍ୟ ସରକାର ବ୍ୟବସାୟିକ ପ୍ରତିଷ୍ଠାନ ହାତରେ ଶାଗମୁଗ ମୂଲ୍ୟରେ ଟେକି ଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି।”

ଶ୍ରୀ ରାଉତରାୟ ଆହୁରି କହିଛନ୍ତି-“ଏଥିସହ ଡ଼ମଣା ଏବଂ ଜଟଣୀର ତମାଣ୍ଡୋ, ଅନ୍ଧାରୁଆ, ପାତ୍ରପଡା, ତରାବୋଇ, ଗଙ୍ଗପଡା, ଜାମୁକୋଳି, ମେଣ୍ଢାଶାଳ, କୁମାରବସ୍ତ, ବେଲପଡା ଇତ୍ୟାଦି ଗାଁ ଗୁଡିକର ମଶାଣୀ, ଖେଳପଡିଆ, ମେଲଣପଡିଆ, ସ୍କୁଲ ପଡ଼ିଆକୁ ରାଜ୍ୟ ସରକାରଙ୍କ ବଡବଡ ଅଫିସରମାନେ ସଲାସୁତୁରା କରି ବାହାର ସଂସ୍ଥାମାନଙ୍କୁ ଶାଗମୁଗ ମୂଲ୍ୟରେ ବିକ୍ରି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ସର୍ବଗିଳା ସରକାରର ଚକ୍ରାନ୍ତକୁ ସଫଳ ହେବାକୁ ଦିଆଯିବ ନାହିଁ। ଭୁବନେଶ୍ୱରର ବିକାଶ ପରିବର୍ତ୍ତେ ଏମାନେ ୨୦ ବର୍ଷ ଧରି ବିନାଶ କରି ଚାଲିଛନ୍ତି। ଜଙ୍ଗଲ ଜମିକୁ ମଧ୍ୟ ଏହି ସରକାରର ବଡ଼ପଣ୍ଡାମାନେ ମାଡି ବସିଛନ୍ତି। ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ କୌଣସି ମତେ ଏହି ଜମିକୁ ଛାଡିବା ପ୍ରଶ୍ନ ଉଠୁନାହିଁ। ଗୋଚର ଜମିକୁ ମଧ୍ୟ ଜବରଦସ୍ତ ନେଇଯିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତା’ର ଘୋର ବିରୋଧ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story