ଜେଟଲୀଙ୍କ ସହ ନବୀନଙ୍କ ଆଲୋଚନା ପରେ ପସ୍କୋକୁ ନେଇ ଚର୍ଚ୍ଚା, ଉଚ୍ଚସ୍ତରୀୟ ବୈଠକ ଉପରେ ନଜର

ଭୁବନେଶ୍ୱର: ୫୨ ହଜାର କୋଟିର ମେଗା ପ୍ଲାଣ୍ଟ ପସ୍କୋ କରିବ ନା ନାହିଁ। ରାଜ୍ୟ ସରକାରଙ୍କ ଲଙ୍ଗଟର୍ମ ଖଣି ଲିଙ୍କେଜ୍ ପ୍ରସ୍ତାବକୁ ପସ୍କୋ ଗ୍ରହଣ କରିବ ନାହିଁ। କ’ଣ ରହିବ ପସ୍କୋର ଆଭିମୁଖ୍ୟ। ପ୍ରକଳ୍ପ ନେଇ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଥିଲେ ନବୀନ। ଏଇ ବୈଠକରେ ପସ୍କୋ ଅଧିକାରୀ ଉପସ୍ଥିତ ରହିବେ। ପୂର୍ବରୁ ଲଙ୍ଗଟର୍ମ ଲିଙ୍କେଜରେ ଓଏମସି ମାଧ୍ୟମରେ ଖଣି ପାଇଁ […]

posco

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 02:55 PM IST

[caption id="attachment_41322" align="alignleft" width="239"] କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ[/caption]

ଭୁବନେଶ୍ୱର: ୫୨ ହଜାର କୋଟିର ମେଗା ପ୍ଲାଣ୍ଟ ପସ୍କୋ କରିବ ନା ନାହିଁ। ରାଜ୍ୟ ସରକାରଙ୍କ ଲଙ୍ଗଟର୍ମ ଖଣି ଲିଙ୍କେଜ୍ ପ୍ରସ୍ତାବକୁ ପସ୍କୋ ଗ୍ରହଣ କରିବ ନାହିଁ। କ’ଣ ରହିବ ପସ୍କୋର ଆଭିମୁଖ୍ୟ। ପ୍ରକଳ୍ପ ନେଇ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଥିଲେ ନବୀନ। ଏଇ ବୈଠକରେ ପସ୍କୋ ଅଧିକାରୀ ଉପସ୍ଥିତ ରହିବେ। ପୂର୍ବରୁ ଲଙ୍ଗଟର୍ମ ଲିଙ୍କେଜରେ ଓଏମସି ମାଧ୍ୟମରେ ଖଣି ପାଇଁ ପେସ୍କାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ତେବେ ପସ୍କୋର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି। । ଏବେ କେନ୍ଦ୍ର ସରକାର ପସ୍କୋ ଅଧିକାରୀଙ୍କ ସହ କେବେ ଉଚ୍ଚସ୍ତରୀୟ ବୈଠକ ଡାକୁଛନ୍ତି ତାକୁ ନେଇ କଳ୍ପନାଜଳ୍ପନା।

ଅନ୍ୟପକ୍ଷରେ ପସ୍କୋକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ପସ୍କୋ ନେଇ ନା ନା ପ୍ରକାର ଆଲୋଚନା ଚାଲିଛି, ଜମି ଅଧିଗ୍ରହଣ ଚାଲିଛି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏ ପର୍ଯ୍ୟନ୍ତ କଂପାନୀ ସହିତ ଏମଓୟୁ ହୋଇନାହିଁ। ଏମଓୟୁ ନଥିବାର ଅର୍ଥ ସେ କଂପାନୀର ସ୍ଥିତି ନାହିଁ। ତେଣୁ ଓଡ଼ିଶାର ଲୋକଙ୍କୁ କେବଳ ବିଭ୍ରାନ୍ତ କରିବା ପାଇଁ ଏହା ଖାଲି ସରକାରଙ୍କ ଅପଚେଷ୍ଟା। କେଉଁ ଭଳି ଭାବେ ଏକ ଶିଳ୍ପାୟନ କରାଯିବ ସେନେଇ ସରକାରଙ୍କର ଦୂରଦୃଷ୍ଟି ବି ନାହିଁ।

ବରିଷ୍ଠ କଂଗ୍ରେସ ନେତା ଜୟଦେବା ଜେନା କହିଛନ୍ତି ଯେ ପସ୍କୋ କରିବାର ମାନସିକତା ଥିଲେ କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ସରକାରର। ସେଥିପାଇଁ ସବୁ ପରିସ୍ଥିତିରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସବୁ ବେଳେ କହିଛନ୍ତି ଯେ ପସ୍କୋକୁ ଓଡ଼ିଶାରେ କରାଇବା ପାଇଁ କେନ୍ଦ୍ର ଚାହୁଁଛି। ଏଥିପାଇଁ ଓଡ଼ିଶା ସରକାର ସହଯୋଗ କରନ୍ତୁ। କିନ୍ତୁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇ ନାହାନ୍ତି। ଡ୍ରାମାବାଜୀ କରିଛନ୍ତି। ଆନ୍ଦୋଳନ କରାଇଛନ୍ତି।

ବିଜେଡି ମୁଖ୍ୟପାତ୍ର ଅମର ଶତପଥୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଭୁଆଁ ବୁଲାଇବା ଉଦ୍ଦେଶ୍ୟ ଥିଲେ ଏପ୍ରସଙ୍ଗରେ ଠୋସ୍ ନିଷ୍ପତ୍ତି ନେଇ ନଥାଆନ୍ତେ। କୁହାଯାଉଥିଲା ଜମି ଅଧିଗ୍ରହଣ ସମସ୍ୟା ରହିଛି। ସରକାର ଠିକ୍ ଭାବେ ଜମି ଅଧିଗ୍ରହଣ କରୁ ନାହାନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ସାରିବା ପରେ କଞ୍ଚାମାଲ୍ କଥା ପ୍ରସଙ୍ଗ ଉଠୁଛି। କ୍ୟାପଟିଭ୍ ମାଇନ୍ସର ଦରକାର ପଡୁଛି।

ବାର୍ଷିକ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏଇ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ରୋଜେକ୍ଟ୍ ପାଇଁ ୨୦୦୫ରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା।

Related story