ରକ୍ତର ହୋଲି ଖେଳିବାକୁ ଯାଉଥିଲେ! ପୁଲିସ୍‌ ଜାଲରେ ଫସିଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ତର ହୋଲି ଖେଳିବାକୁ ଆସୁଥିଲେ! ହେଲେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ଜାଲରେ ଫସିଗଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ। ଏମାନେ କେନ୍ଦ୍ରାପଡ଼ା ପୁଲିସ୍‌ ତାଲିକାରେ ଥିଲେ ମୋଷ୍ଟ ୱାଣ୍ଟେଡ୍‌। ଏପରିକି ଅପରାଧ ଘଟାଇବାକୁ ଡିଲ୍‌ କରୁଥିବା ମୁଖ୍ୟ ଅଭିଯୁକ୍ତିକୁ ମଧ୍ୟ ପୁଲିସ୍‌ ବାନ୍ଧିଛି। ପୂରା ଘଟଣା ଏମିତି। ଜଟଣୀ ସୁନ୍ଦରପଡ଼ା ଅଞ୍ଚଳର ସନ୍ତୋଷ ମାର୍ଥାଙ୍କ ସହିତ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ସହ ଶତ୍ରୁତା ରହିଥିଲା। ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଏହାର ପ୍ରତିଶୋଧ ନେବା […]

Kendrapara

Manoranjan Sial
  • Published: Wednesday, 08 June 2022
  • , Updated: 08 June 2022, 05:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ତର ହୋଲି ଖେଳିବାକୁ ଆସୁଥିଲେ! ହେଲେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ଜାଲରେ ଫସିଗଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ। ଏମାନେ କେନ୍ଦ୍ରାପଡ଼ା ପୁଲିସ୍‌ ତାଲିକାରେ ଥିଲେ ମୋଷ୍ଟ ୱାଣ୍ଟେଡ୍‌। ଏପରିକି ଅପରାଧ ଘଟାଇବାକୁ ଡିଲ୍‌ କରୁଥିବା ମୁଖ୍ୟ ଅଭିଯୁକ୍ତିକୁ ମଧ୍ୟ ପୁଲିସ୍‌ ବାନ୍ଧିଛି।

ପୂରା ଘଟଣା ଏମିତି। ଜଟଣୀ ସୁନ୍ଦରପଡ଼ା ଅଞ୍ଚଳର ସନ୍ତୋଷ ମାର୍ଥାଙ୍କ ସହିତ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ସହ ଶତ୍ରୁତା ରହିଥିଲା। ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଏହାର ପ୍ରତିଶୋଧ ନେବା ପାଇଁ ସନ୍ତୋଷ କେନ୍ଦ୍ରାପଡ଼ାର ଦୀପ୍ତିରଞ୍ଜନ ଜେନା ଓରଫ ଦୀପୁ ଓ ରାଜନଗରର ବିକ୍ରମ ଓରଫ ଧର୍ମେନ୍ଦ୍ରଙ୍କୁ ଜଟଣୀ ଡାକିଥିଲେ। ଯୋଜନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୧.୧୫ ମିନିଟ୍‌ରେ ଦୀପୁ ଓ ବିକ୍ରମ ବାଇକ୍‌ରେ ଜଟଣୀ ଆସୁଥିଲେ।

ବିଶେଷ ସୂତ୍ରରୁ ଖବର ଜଟଣୀ ପୁଲିସ ଦୀପୁ ଓ ବିକ୍ରମକୁ ରାସ୍ତାରେ ଅଟକାଇଥିଲା। ବିକ୍ରମକୁ ଯାଞ୍ଚ ବେଳେ ତା’ଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ ଓ ୪ ରାଉଣ୍ଡ ଲୋଡେଡ୍‌ ଗୁଳି ଜବତ କରିଥିଲା। ଠିକ୍‌ ସେମିତି ଦୀପୁଠାରୁ ପୁଲିସ୍‌ ୩ ରାଉଣ୍ଡ ଗୁଳି ଜବତ କରିଥିଲା। ଜେରା ବେଳେ ଉଭୟ ସନ୍ତୋଷ ମାର୍ଥାଙ୍କ ନାଁ କହିଥିଲେ। ବିରୋଧୀ ଗୋଷ୍ଠୀଙ୍କୁ ଡରାଇବା ବା ଧମକଚମକ ଦେବା ପାଇଁ ସନ୍ତୋଷ ଉଭୟଙ୍କୁ ଡାକିଥିବା କହିଥିଲେ। ଏହା ପରେ ପୁଲିସ୍‌ ସନ୍ତୋଷଙ୍କ ଆସିବା ବାଟକୁ ଜଗି ରହିଥିଲା।

ସନ୍ତୋଷ ମାର୍ଥା ଏକ କାର୍‌ରେ ଆସୁଥିବା ବେଳେ ହରିରାଜପୁର ରୋଡ୍‌ରେ ପୁଲିସ ମାଡ଼ି ବସିଥିଲା। ପୁଲିସ ତା’ଠାରୁ ୭.୫ ଏମ୍‌ଏମ୍‌ ପିସ୍ତଲ ଓ ୬ ରାଉଣ୍ଡ ଗୁଳି ଜବତ କରିଥିଲା। ୩ ଜଣଙ୍କୁ ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ କହିବା ଅନୁସାରେ ସନ୍ତୋଷ ମାର୍ଥା ନାଁରେ ଏୟାରଫିଲ୍‌ଡ ଥାନାରେ ୩ ଓ ସହିଦ୍‌ ନଗର ଥାନାରେ ଗୋଟିଏ ମାମଲା ରହିଛି। ଠିକ୍‌ ସେମିତି ବିକ୍ରମ ଓ ଦୀପୁଙ୍କ ନାଁରେ ହତ୍ୟା ମାମଲା ରହିଛି। ରାଜନଗରରେ ହୋଇଥିବା ଏକ ହତ୍ୟାକାଣ୍ଡରେ ଏହି ଦୁଇ ଜଣ ଅଭିଯୁକ୍ତ ଥିଲେ। ଏମାନେ କେନ୍ଦ୍ରାପଡ଼ା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲେ। ବିକ୍ରମ ଓ ଦୀପୁ ଗିରଫ ହେବା ପରେ କେନ୍ଦ୍ରାପଡ଼ା ପୁଲିସ୍‌କୁ ଖବର ଦିଆଯାଇଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି।

Related story