ମହାରଥୀଙ୍କୁ ଭୁଲି ପାରୁନାହାନ୍ତି ରାନୀ, ଏକାଦଶାହରେ ଅବଢ଼ା ବାଣ୍ଟିଲେ

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଯାତ୍ରା ମହାରଥୀ ପ୍ରଦୀପ ମହାରଥୀ ଆଜି କିନ୍ତୁ ନାହାନ୍ତି। ତାଙ୍କର ବିୟୋଗ ହେବାକୁ ୧୧ ଦିନ ବିତିଲାଣି। ଆଜି ହେଉଛି ତାଙ୍କର ଏକାଦଶାହ। ଏପରି ସ୍ଥିତିରେ ଏବେବି ତାଙ୍କୁ ଝୁରି ହେଉଛନ୍ତି ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ସେଥିପାଇଁ ତାଙ୍କ ଏକାଦଶାହରେ ପିପିଲି ବ୍ଲକର ତେଇଶପୁର ଓ ପଟ୍ଟନାଇକିଆ ଗାଁରେ ଅବଢ଼ା ଓ ବସ୍ତ୍ର ବାଣ୍ଟିଛନ୍ତି ରାନୀ। ରାନୀ କହିଛନ୍ତି-“ଆଜି ମୁଁ ଗରବ ଲୋକଙ୍କୁ ଅବଢ଼ା ଓ ବସ୍ତ୍ର ବାଣ୍ଟିଛି। ମୁଁ […]

rani-panda

rani-panda

Manoranjan Sial
  • Published: Wednesday, 14 October 2020
  • Updated: 14 October 2020, 06:50 PM IST

Sports

Latest News

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ଯାତ୍ରା ମହାରଥୀ ପ୍ରଦୀପ ମହାରଥୀ ଆଜି କିନ୍ତୁ ନାହାନ୍ତି। ତାଙ୍କର ବିୟୋଗ ହେବାକୁ ୧୧ ଦିନ ବିତିଲାଣି। ଆଜି ହେଉଛି ତାଙ୍କର ଏକାଦଶାହ। ଏପରି ସ୍ଥିତିରେ ଏବେବି ତାଙ୍କୁ ଝୁରି ହେଉଛନ୍ତି ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ସେଥିପାଇଁ ତାଙ୍କ ଏକାଦଶାହରେ ପିପିଲି ବ୍ଲକର ତେଇଶପୁର ଓ ପଟ୍ଟନାଇକିଆ ଗାଁରେ ଅବଢ଼ା ଓ ବସ୍ତ୍ର ବାଣ୍ଟିଛନ୍ତି ରାନୀ।

ରାନୀ କହିଛନ୍ତି-“ଆଜି ମୁଁ ଗରବ ଲୋକଙ୍କୁ ଅବଢ଼ା ଓ ବସ୍ତ୍ର ବାଣ୍ଟିଛି। ମୁଁ ଆଶା କରିବି ମହାରଥୀ ସାର୍‌ ଉପରେ ରହି ମୋତେ କଲ୍ୟାଣ କରିବେ। ମୋ’ ପ୍ରତି ତାଙ୍କର ଭଲ ପାଇବା ରହିବ। ମୋର ମଧ୍ୟ ତାଙ୍କ ପରିବାର ପ୍ରତି ଅଗାଢ଼ ଭଲ ପାଇବା ରହିଛି ଏବଂ ଆଗକୁ ରହିବ। ସେ ହେଉଛନ୍ତି ମୋ ଗୁରୁ। ତାଙ୍କୁ ମୁଁ ବହୁତ ଭଲ ପାଏ। ସେ ହେଉଛନ୍ତି ଜଣେ ହୃଦୟର ମଣିଷ। ସବୁ ବେଳେ ଖୋଲା କଥା କହିଥାଆନ୍ତି। ତେଣୁ ଗୁରୁ ଦକ୍ଷିଣା ହିସାବରେ ମୁଁ ଏହି ଛୁଟିଆ ପ୍ରୟାସଟିଏ କରିଛି।”

ସୂଚନାରୁ ପ୍ରକାଶ, ବିଗତ ଦିନରେ ପ୍ରଦୀପ ମହାରଥୀଙ୍କ ପରି ପୁରୁଷଙ୍କୁ ରାନୀ ବିବାହ କରିବା ପାଇଁ ଚାହାଁଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ସେହିପରି ପିପିଲି ଓ ଡେଲାଙ୍ଗ ବ୍ଲକର ୪୬ଟି ପଞ୍ଚାୟତର ମୁରବିମାନେ ସେମାନଙ୍କ ଅଞ୍ଚଳରେ ଏକାଦଶାହ ପାଳନ କରି ଲୋକମାନଙ୍କୁ ମହାପ୍ରସାଦ ଖାଇବାକୁ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos