ଆଉ ନାହାନ୍ତି ନାଟ୍ୟ ଜଗତର ପିତାମହ

Ordigital Desk
• Published: Sunday, 31 December 2017
• , Updated: 31 December 2017, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୭ ବିଦାୟ ନେବାକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି। ଏହା ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। ଖବରଟି ହେଲା ନାଟ୍ୟ ଜଗତର ପିତାମହ ଅନନ୍ତ ଓଝା ଆଉ ନାହାଁନ୍ତି। ଓଡ଼ିଆ ଯାତ୍ରା ଜଗତର ସୁପରିଚିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କର ଆଜି ୫୯ ବର୍ଷ ବୟସରେ ଦେହାନ୍ତି ଘଟିଛି।

ଜୀବନ ମଞ୍ଚରୁ ବିଦାୟ ନେଇଛନ୍ତି ଅନନ୍ତ। କର୍କଟ ରୋଗରେ ପୀଡ଼ିତ ଅନନ୍ତ ଦୀର୍ଘ ଦିନ ଧରି ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଅଗଣିତ ଯାତ୍ରା ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ନାଟ୍ୟକାର ଅନନ୍ତ ଓଝା ପ୍ରାୟ ୩ ଦଶନ୍ଧି ଧରି ନାଟ୍ୟ ଜଗତରେ ସକ୍ରିୟ ଥିଲେ। ସେ ୨୦୦ରୁ ଅଧିକ ହିଟ୍ ନାଟକର ରଚନା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଜୀଅନ୍ତା ଶବ, କଂସେଇ ଖାନା, ବିଦେଶିନୀ ଓ ମାଇଚିଆ ଗୋଖେଇ ସାହୁ ଭଳି ତାଙ୍କ ରଚିତ ହିଟ୍ ନାଟକର ତାଲିକା ବେଶ୍ ଲମ୍ବା। ଅନନ୍ତ ଥିଲେ ସବୁ ଆଗଧାଡ଼ିର ଯାତ୍ରା ପାର୍ଟି ପାଇଁ ଟ୍ରେଣ୍ଡ୍ ସେଟର। ତାଙ୍କ ପାଇଁ ରାଜ୍ୟର ବହୁ ନାମୀଦାମୀ ଯାତ୍ରା ପାର୍ଟି ଆଜି ଦର୍ଶକୀୟ ଆଦ୍ରୁତି ହାସଲ କରିଥିବା ବେଳେ ବହୁ କଳାକାର ଯାତ୍ରା ଜଗତରେ ପ୍ରତିଷ୍ଠିତ ହେବା ସହ ନାଁ କମାଇ ପାରିଛନ୍ତି। ମୁଖ କର୍କଟରେ ପୀଡ଼ିତ ହେବା ପରେ କିଛିମାସ ତଳେ ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ।

ସ୍ୱର୍ଗତ ଅନନ୍ତଙ୍କ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ସହାୟତାର ହାତ ବଢ଼ାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିଲା। ତେବେ ପ୍ରାୟ ଅଢେଇ ମାସ ଧରି ହସ୍ପିଟାଲରେ ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ଅନନ୍ତଙ୍କ ମୃତ୍ୟୁରେ ସାରା ଜଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Related story