ଖୋଲିବ ମଞ୍ଚ, ଡାଇଲଗରେ କମ୍ପିବ ଷ୍ଟେଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୯ ମାସର ଯନ୍ତ୍ରଣା ପରେ ଖୋଲିବ ରଙ୍ଗମଞ୍ଚ! ଷ୍ଟେଜ୍‌ରେ ଜଳିବ ରଙ୍ଗୀନ ଲାଇଟ୍‌। ଦମ୍‌ଦାର ଡାଇଲଗ୍‌ରେ କମ୍ପିବ ଷ୍ଟେଜ୍‌। ଆଉ ଝଙ୍କାରି ଉଠିବ ଶୀତୁଆ ରାତି। ପୁଣି ନିଶାର୍ଦ୍ଧ ରାତିରେ ମଞ୍ଚ ପାଖରେ ଜମିବ ଯାତ୍ରା ପ୍ରେମୀ ଆସର। ମହାମାରୀ କରୋନା ଭିତରେ ଏପରି ନୂଆ ଆଶା ଦେଖାଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ସବୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟ ଯାତ୍ରା ପୁଣି ଥରେ ପରିବେଷଣ ହେବ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଞ୍ଚରେ ଯାତ୍ରା ହୋଇପାରିବ। […]

sss

Manoranjan Sial
  • Published: Thursday, 31 December 2020
  • , Updated: 31 December 2020, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୯ ମାସର ଯନ୍ତ୍ରଣା ପରେ ଖୋଲିବ ରଙ୍ଗମଞ୍ଚ! ଷ୍ଟେଜ୍‌ରେ ଜଳିବ ରଙ୍ଗୀନ ଲାଇଟ୍‌। ଦମ୍‌ଦାର ଡାଇଲଗ୍‌ରେ କମ୍ପିବ ଷ୍ଟେଜ୍‌। ଆଉ ଝଙ୍କାରି ଉଠିବ ଶୀତୁଆ ରାତି। ପୁଣି ନିଶାର୍ଦ୍ଧ ରାତିରେ ମଞ୍ଚ ପାଖରେ ଜମିବ ଯାତ୍ରା ପ୍ରେମୀ ଆସର। ମହାମାରୀ କରୋନା ଭିତରେ ଏପରି ନୂଆ ଆଶା ଦେଖାଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ସବୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟ ଯାତ୍ରା ପୁଣି ଥରେ ପରିବେଷଣ ହେବ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଞ୍ଚରେ ଯାତ୍ରା ହୋଇପାରିବ। ଏଥିପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ଗତକାଲି ରାଜ୍ୟ ସରକାର ଜାନୁଆରୀ ମାସ ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି।

ଚଳଚ୍ଚିତ୍ର ଭଳି ଯାତ୍ରା ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାର ଗ୍ରୀନ୍‌ ସିଗ୍ନାଲ ଦେବା ପରେ ଖୁସିରେ ଝୁମିଛନ୍ତି ଯାତ୍ରା କଳାକାର ଓ ଅନୁଷ୍ଠାନ କର୍ତ୍ତୃପକ୍ଷ। କାରଣ କରୋନା କେବେ ଯିବ, ଆଉ ବୃତ୍ତି କେବେ ଫେରିବେ, କେବେ ସ୍ୱାଭାବିକ ହେବ ସ୍ଥିତି, ସେଇ ଦିନକୁ ଚାତକ ଭଳି ଚାହିଁ ରହିଥିଲେ କଳାକାର। ହେଲେ ସରକାର ଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ସର୍ତ୍ତ ରଖିଥିବାରୁ ରାଜ୍ୟବ୍ୟାପୀ ସବୁ ଜିଲ୍ଲାରେ ସେମାନଙ୍କୁ ଯେପରି ଅନୁମତି ମିଳିବ, ସେଥିପାଇଁ ନିବେଦନ କରିଛନ୍ତି ଯାତ୍ରା କଳାକାର ଓ ପାର୍ଟି ମାଲିକ।

ଯାତ୍ରା କଳାକାର ବ୍ରଜବିହାରୀ ନାୟକ କହିଛନ୍ତି-“ଯେମିତି ଚାତକ ପକ୍ଷୀ ବର୍ଷା ପାଣିକୁ ଅପେକ୍ଷା କରିଥାଏ, ଠିକ୍‌ ସେମିତି ମଞ୍ଚ ଖୋଲିବାକୁ ଆମେ ଅପେକ୍ଷା କରିଥିଲୁ। ମଞ୍ଚ ଖୋଲିବାକୁ ଅନୁମତି ମିଳିଥିବାରୁ ଆମକୁ ବହୁ ଖୁସି ଲାଗୁଛି।”

ଯାତ୍ରା କଳାକାର ରଞ୍ଜିତା ନାୟକ କହିଛନ୍ତି-“ମୁହଁରେ ପାଉଡର ମାରିବାଟା ଆମକୁ ବହୁତ ଖୁସି ଦିଏ। ହେଲେ  ମଞ୍ଚ ବନ୍ଦ ଯୋଗୁଁ ୯ ମାସ ହେଲା ଆମେ ବହୁ ଦୁଃଖରେ ରହିଥିଲୁ। ଏବେ ମଞ୍ଚ ଖୋଲିବାକୁ ଅନୁମତି ମିଳିଥିବାରୁ ଆମେ ବହୁତ ଖୁସି।”

ପାର୍ବତୀ ଗଣନାଟ୍ୟ ପରିଚାଳକ ପ୍ରତାପ ଦାସ କହିଛନ୍ତି-“ମଞ୍ଚ ଖୋଲିଲେ ଭଲ କଥା। ହେଲେ ପ୍ରତି ଜିଲ୍ଲାରେ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଉ। ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରୁଛୁ।”

ଯାତ୍ରା ପରି ଫିଲ୍ମ ହଲ୍‌ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ୫୦% ଦର୍ଶକରେ ହଲ୍‌ ଚାଲି ପାରିବ। ରାଜ୍ୟ ସରକାର ଜାନୁଆରୀ ମାସର ଗାଇଡାଲାଇନରେ ଘୋଷଣା ପରେ ଚଳଚଞ୍ଚଳ ହୋଇଛି ଠପ୍‌ ପଡ଼ିଥିବା ସିନେମା ହଲ୍‌। ସିନେମା ହଲ୍ ମାଲିକମାନେ ଉଭୟ ବାହାର ଓ ଭିତର ପରିବେଶକୁ ଚକାଚକ୍ କରିବାରେ ଲାଗି ପଡ଼ିଛନ୍ତି।

ସମଗ୍ର ରାଜ୍ୟରେ କରୋନା କାୟା ବିସ୍ତାରିବାରୁ ସଂକ୍ରମଣ ରୋକିବାକୁ ଗତ ମାର୍ଚ୍ଚରୁ ସିନେମା ପ୍ରଦର୍ଶନ ଉପରେ କଟକଣା ଜାରି କରିଥିଲେ ସରକାର। ଫଳରେ ରାଜ୍ୟରେ ପ୍ରାୟ ୧୧୦ରୁ ଅଧିକ ହଲରେ ସେବେଠୁ ତାଲା ଝୁଲୁଛି। ଏପଟେ ବୁଡ଼ି ଯାଇଥିଲା ଏ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ବେଉଷା। ଆଉ ଏବେ କରୋନା ଥମିବାରୁ ପାଖାପାଖି ବର୍ଷକ ପରେ ପୁଣି ଅଣ୍ଟା ସଳଖିବାକୁ ଯାଉଛି ଏହି ଶିଳ୍ପ। ହେଲେ ହଲ୍‌ ଖୋଲିବା ପରେ କେତେ ଦର୍ଶକ ଆସିବେ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Related story