ଯାତ୍ରୀବାହୀ ବସ୍‌ରେ ଫିଟ୍‌ନେସ ଓ ଇନସୁରାନ୍ସ ସାର୍ଟିଫିକେଟ ପ୍ରଦର୍ଶନ ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ଗଇଲୋ ଘାଟି ବସ୍‌ ଦୁର୍ଘଟଣା ପରେ ସରକାରଙ୍କ ଚେତା ପଶିଛି। ପ୍ରତି ଗାଡ଼ିର ଇନସୁରାନ୍ସ ଓ ଫିଟନେସ ସାର୍ଟିଫଇକେଟ୍‌ ବସ୍‌ରେ ପ୍ରଦର୍ଶନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକମାସ ମଧ୍ୟରେ ସମସ୍ତ ବସ୍‌କୁ ଯାଞ୍ଚ କରି ଏ ସମ୍ପର୍କରେ ରିପୋର୍ଟ ଦେବାକୁ ଆରଟିଓମାନଙ୍କୁ ବିଭାଗୀୟ ମନ୍ତ୍ରୀ ରମେଶ ମାଝି ଆଜି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀ ଗଣନାଟ୍ୟର କଳାକାରଙ୍କୁ ନେଇ ଯାଉଥିବା ବେଳେ ଗଇଲୋ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୨୭ ଜଣଙ୍କର ମୃତ୍ୟୁ […]

bus

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 02:56 PM IST

ଭୁବନେଶ୍ୱର: ଗଇଲୋ ଘାଟି ବସ୍‌ ଦୁର୍ଘଟଣା ପରେ ସରକାରଙ୍କ ଚେତା ପଶିଛି। ପ୍ରତି ଗାଡ଼ିର ଇନସୁରାନ୍ସ ଓ ଫିଟନେସ ସାର୍ଟିଫଇକେଟ୍‌ ବସ୍‌ରେ ପ୍ରଦର୍ଶନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକମାସ ମଧ୍ୟରେ ସମସ୍ତ ବସ୍‌କୁ ଯାଞ୍ଚ କରି ଏ ସମ୍ପର୍କରେ ରିପୋର୍ଟ ଦେବାକୁ ଆରଟିଓମାନଙ୍କୁ ବିଭାଗୀୟ ମନ୍ତ୍ରୀ ରମେଶ ମାଝି ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀ ଗଣନାଟ୍ୟର କଳାକାରଙ୍କୁ ନେଇ ଯାଉଥିବା ବେଳେ ଗଇଲୋ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗାଡ଼ିର କାଗଜପତ୍ର, ଇନସୁରାନ୍ସ କି ଫିଟ୍‌ନେସ ସାର୍ଟିଫିକେଟ୍‌ ନ ଥିବା ଜଣାପଡିଥିଲା। ଏପରି କି ଗାଡ଼ିର ଟିକସ୍‌ ମଧ୍ୟ ଦିଆଯାଇନାହିଁ। ଗାଡ଼ିର ଇନସୁରାନ୍ସ ନ ଥିବାରୁ ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ନେଇ ଅନିଶ୍ଚିତତା ଲାଗି ରହିଛି।

Related story