ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଜୟପୁର( ଓଡ଼ିଶା ରିପୋର୍ଟର): ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ଼। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରୁ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇ ନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଛାତ୍ରର ହାତ ଏବଂ ମୁହଁରେ ଆଘାତ ଲାଗିଛି। ଏହି ଘଟଣା […]

koraput

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 01:35 PM IST

ଜୟପୁର( ଓଡ଼ିଶା ରିପୋର୍ଟର): ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ଼। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରୁ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇ ନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଛାତ୍ରର ହାତ ଏବଂ ମୁହଁରେ ଆଘାତ ଲାଗିଛି। ଏହି ଘଟଣା ନେଇ ପରିବାର ଲୋକଙ୍କ ପକ୍ଷରୁ କୋରାପୁଟ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୀଡ଼ିତ ଛାତ୍ରଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story