୪ ମାସ ତଳେ ପଡ଼ିଥିଲା ହାତଗଣ୍ଠି; ଗୁଳି ଫୁଟାଇ ଜୀବନ ହାରିଲେ ଯବାନ

କଲ୍ୟାଣସିଂହପୁର(ମାଉଡି ବାରିକ): ୪ ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି । ହସଖୁସିର ସଂସାର ଆରମ୍ଭ ହୋଇଥିଲା। ହେଲେ ଅଚାନକ ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା।  ନିଜ ରାଇଫଲ୍‌ରୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏପରି  ଅଭାବନୀୟ  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଯାଇଛି। ମୃତ ଯବାନଜଣକ ହେଲେ ଦିଲ୍ଲୀପ ମାଇ। ସେ କାଶୀପୁର ଥାନା BSF ୬୮ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ।  ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ […]

soldier

soldier

Niharika Rout
  • Published: Wednesday, 28 April 2021
  • Updated: 28 April 2021, 02:36 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): ୪ ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି । ହସଖୁସିର ସଂସାର ଆରମ୍ଭ ହୋଇଥିଲା। ହେଲେ ଅଚାନକ ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା।  ନିଜ ରାଇଫଲ୍‌ରୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏପରି  ଅଭାବନୀୟ  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଯାଇଛି।

ମୃତ ଯବାନଜଣକ ହେଲେ ଦିଲ୍ଲୀପ ମାଇ। ସେ କାଶୀପୁର ଥାନା BSF ୬୮ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ।  ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଆଜି ମଧ୍ୟାହ୍ନ ସମୟରେ ଦିଲ୍ଲୀପ ନିଜ କ୍ୟାମ୍ପରେ ଥିବା ବେଳେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ସାଥୀ ଯବାନମାନେ ଦୌଡ଼ି ଯାଇ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ନିଜ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅନ୍ୟ ଯବାନମାନଙ୍କ ସୂତ୍ରରୁ ଜଣାପଡ଼ିଛି।

ଘଟଣାସ୍ଥଳରେ ରାୟଗଡ଼ା ଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ମୃତକଙ୍କ ଘର କେଉଁଠି ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos