ହାଇୱା ଧକ୍କାରେ ଯବାନଙ୍କ ସହ ଗଲା ଦୁଇ ଜୀବନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଛୁଟିରେ ଘରକୁ ଆସିଥିଲେ। ଭାବିଥିଲେ ଏଥର ଘର କାମ ସାରିଦେବେ। ସେଥିପାଇଁ ନିଜ କାର୍‌ରେ ମିସ୍ତ୍ରୀଙ୍କୁ ଡାକିବାକୁ ଯାଇଥିଲେ। ମିସ୍ତ୍ରୀକୁ ଧରି ଘରକୁ ଫେରିଥିବା ବେଳେ ରାସ୍ତାରେ ହାଇୱା ଧକ୍କା ଦେଲା। ଫଳରେ ଯବାନଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହିତ କାର୍‌ ଯାଉଥିବା ଅନ୍ୟ ଜଣକର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଭାପୁର ଗଣ୍ଡାନାଳି ଗାଁର ଗୋପବନ୍ଧୁ ରାଉତ ପଞ୍ଜାବ ବର୍ଡରରେ ହାବିଲଦାର […]

dhenkanal

Manoranjan Sial
  • Published: Saturday, 10 April 2021
  • , Updated: 10 April 2021, 09:10 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଛୁଟିରେ ଘରକୁ ଆସିଥିଲେ। ଭାବିଥିଲେ ଏଥର ଘର କାମ ସାରିଦେବେ। ସେଥିପାଇଁ ନିଜ କାର୍‌ରେ ମିସ୍ତ୍ରୀଙ୍କୁ ଡାକିବାକୁ ଯାଇଥିଲେ। ମିସ୍ତ୍ରୀକୁ ଧରି ଘରକୁ ଫେରିଥିବା ବେଳେ ରାସ୍ତାରେ ହାଇୱା ଧକ୍କା ଦେଲା। ଫଳରେ ଯବାନଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହିତ କାର୍‌ ଯାଉଥିବା ଅନ୍ୟ ଜଣକର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ଭାପୁର ଗଣ୍ଡାନାଳି ଗାଁର ଗୋପବନ୍ଧୁ ରାଉତ ପଞ୍ଜାବ ବର୍ଡରରେ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି। ଛୁଟିରେ ସେ ଘରକୁ ଆସିଥିଲେ। ଘରର ଛାତ କାମ ପାଇଁ କାର୍‌ରେ ଆଜି ସେଣ୍ଟ୍ରିଂ ମିସ୍ତ୍ରୀ କୋତମ ଗାଁର ମନୋଜ ବେହେରାଙ୍କୁ ଆଣିବାକୁ ଯାଇଥିଲେ।

ମିସ୍ତ୍ରୀ ମନୋଜଙ୍କୁ ଧରି ସେ ଘରକୁ ଫେରିଥିବା ବେଳେ ଘଟିପିରି ଛକ ନିକଟରେ ସମ୍ମୁଖରୁ ଆସିଥିବା ହାଇୱା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୋପବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ମନୋଜ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related story