ଉଦ୍ଧାର ହେଲା ସହିଦ ପ୍ରଦୀପଙ୍କ ମୃତଦେହ: ଆସନ୍ତାକାଲି ଆସିବ ଜନ୍ମଭୂମି

Ordigital Desk
  • Published: Monday, 01 January 2018
  • , Updated: 01 January 2018, 04:34 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରର ପୁଲୱାମାରେ ଫସି ରହିଥିବା ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ପ୍ରଦୀପଙ୍କ ସଂପର୍କୀୟଙ୍କୁ ଜଣାଇଛଅନ୍ତି ସିଆରପିଏଫ୍&zwnj; କର୍ତ୍ତୃପକ୍ଷ। ମୃତଦେହ ଆସନ୍ତାକାଲି ଓଡ଼ିଶା ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ବିମାନ ନଥିବା ଏବଂ ବ୍ୟବଚ୍ଛେଦ ବାକି ଥିବାରୁ ଆଜି ମୃତଦେହ ଆସିପାରିବନି ବୋଲି ସେ କହିଛନ୍ତି।</p> <p>ଗତକାଲିଠୁ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳର ପ୍ରଦୀପ ପଣ୍ଡା। ସର୍ଚ୍ଚ ଅପରେସନ ଚାଲୁଥିବାରୁ ମରଶରୀର ଉଦ୍ଧାର ହୋଇପାରି ନଥିଲା। ଏପଟେ ସହୀଦଙ୍କ ମରଶରୀର ପହଞ୍ଚି ନଥିବାରୁ ତାଙ୍କ ଗାଁ ଲିପିଲୋଇରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତକାଲି ପ୍ରଦୀପ ପଣ୍ଡାଙ୍କ ସମେତ ପୁଲୱାମାରେ ୫ ଜଣ ସିଅରପିଏଫ୍&zwnj; ଯବାନ ସହିଦ ହୋଇଥିଲେ। ଏନକାଉଣ୍ଟରରେ ସମସ୍ତ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।</p>

Related story