କେବଳ କେନ୍ଦ୍ରାପଡ଼ା ନୁହେଁ, ଓଡ଼ିଶା ପାଇଁ କିଛି କରିବାକୁ ଇଚ୍ଛା: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଭବିଷ୍ୟତ ରାଜନୀତିକ କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି। ଆଜି କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି- “କେବଳ କେନ୍ଦ୍ରାପଡ଼ା ନୁହେଁ, ମୋର ଇଚ୍ଛା ସାରା ଓଡ଼ିଶା ପାଇଁ କିଛି କରିବାକୁ। ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବି, କିମ୍ବା ନୂଆ କିଛି ଆରମ୍ଭ କରିବି, ଏବେ ଏ ସଂପର୍କରେ […]

bjd-bai

Tapaswini Nayak
  • Published: Monday, 03 September 2018
  • , Updated: 03 September 2018, 12:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଭବିଷ୍ୟତ ରାଜନୀତିକ କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି।

ଆଜି କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି- “କେବଳ କେନ୍ଦ୍ରାପଡ଼ା ନୁହେଁ, ମୋର ଇଚ୍ଛା ସାରା ଓଡ଼ିଶା ପାଇଁ କିଛି କରିବାକୁ। ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବି, କିମ୍ବା ନୂଆ କିଛି ଆରମ୍ଭ କରିବି, ଏବେ ଏ ସଂପର୍କରେ ମୁଁ ଚିନ୍ତା କରୁଛି। ଏ ନେଇ ଲୋକଙ୍କ ମତ ନେଉଛି। ସବୁ କିଛି ବିଷୟରେ ଚିନ୍ତା କରୁଛି। ନିର୍ବାଚନରେ ଭାଗ ନେବାକୁ ହେଲେ ନିର୍ବାଚନ ପୂର୍ବରୁ ହିଁ କିଛି ନିଷ୍ପତ୍ତି ନେବି।”

ସେ ଆହୁରି ମଧ୍ୟ କହିଛନ୍ତି- “ଲୋକଙ୍କ ସେବା ପାଇଁ ରାଜନୀତି ଏକମାତ୍ର ମାଧ୍ୟମ ନୁହେଁ। ହେଲେ ଦୁଇଦଶନ୍ଧି ଧରି ଯେହେତୁ ରାଜନୀତି ଜରିଆରେ ଲୋକଙ୍କ ସେବା କରିଆସୁଛି, ତେଣୁ ରାଜନୀତି ଜରିଆରେ ତାହା କରିବା ମୋ ପାଇଁ ଉଚିତ ହେବ।”

 

 

Related story