ଜୟଦୀପଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସର ଆବେଦନ
କଟକ: ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଭିଜିଲାନ୍ସର ଏହି ଆବେଦନ ଉପରେ ସୋମବାର ଶୁଣାଣି କରାଯିବ ବୋଲି କୋର୍ଟ କହିବା ସହ ଜୟଦୀପଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୭ ତାରିଖରେ ଜୟଦୀପଙ୍କୁ ରିମାଣ୍ଡରେ ନେଇଥିଲା […]
କଟକ: ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଭିଜିଲାନ୍ସର ଏହି ଆବେଦନ ଉପରେ ସୋମବାର ଶୁଣାଣି କରାଯିବ ବୋଲି କୋର୍ଟ କହିବା ସହ ଜୟଦୀପଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୭ ତାରିଖରେ ଜୟଦୀପଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। ଏହି ସମୟରେ ଜେରା ବେଳେ ତାଙ୍କଠାରୁ ଭିଜିଲାନ୍ସ ବହୁଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି।
ଏସ୍ସି/ଏସ୍ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତ୍ରିପୁରା କ୍ୟାଡ଼ରର ଆଇପିଏସ୍ ଅଫିସର ଜୟଦୀପଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ସେ ଡେପୁଟେସନ୍ରେ ଓଡ଼ିଶା ପୋଲିସ୍କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍ଆର୍ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜୟଦୀପ ଫେରାର ହୋଇଯାଇଥିଲେ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଗତ ୨୩ ତାରିଖରେ ତାଙ୍କୁ ଉତ୍ତର ପ୍ରଦେଶର ଗାଜିଆବଦରୁ ଗିରଫ କରିଥିଲା।