ଆଜି ପୁରୀରେ ହେବ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷଦର୍ଶନ ପରେ ଦିନ ୧୦ଟା ୩୦ରେ କଂଗ୍ରେସ ଭବନ ଯିବ ଜୟନ୍ତୀଙ୍କ ମରଶରୀର । ସେଠାରେ ଦଳୀୟ ନେତା ଓ କର୍ମୀ ଜୟନ୍ତୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ଶେଷକୃତ୍ୟ ପାଇଁ ଶୋଭାଯାତ୍ରାରେ ପୁରୀ ବାହାରିବ ଜୟନ୍ତୀଙ୍କ ମରଶରୀର । ଗତକାଲି […]

jayanti-patnaik

jayanti-patnaik

Niharika Rout
  • Published: Thursday, 29 September 2022
  • Updated: 29 September 2022, 08:06 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷଦର୍ଶନ ପରେ ଦିନ ୧୦ଟା ୩୦ରେ କଂଗ୍ରେସ ଭବନ ଯିବ ଜୟନ୍ତୀଙ୍କ ମରଶରୀର । ସେଠାରେ ଦଳୀୟ ନେତା ଓ କର୍ମୀ ଜୟନ୍ତୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ଶେଷକୃତ୍ୟ ପାଇଁ ଶୋଭାଯାତ୍ରାରେ ପୁରୀ ବାହାରିବ ଜୟନ୍ତୀଙ୍କ ମରଶରୀର ।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ଦେହାନ୍ତ ହୋଇଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ  ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।

୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ  । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ। ଓଡ଼ିଶାରୁ ପ୍ରଥମ ମହିଳା ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।

ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।  ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ  ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ୧୯୬୭ରେ ପ୍ରତିଷ୍ଠିତ ପୌରୁଷ ପତ୍ରିକାରେ ଧାରାବାହିକ ଭାବେ କେ.ଏମ୍. ମୁନ୍ସିଙ୍କର କୃଷ୍ଣାବତାରର ଅନୁବାଦ କରି ସେ ଓଡ଼ିଶାର ଘରେ ଘରେ ପରିଚିତା ହୋଇପାରିଥିଲେ । ସେ କିଛି ସମୟ ପୌରୁଷର ସମ୍ପାଦିକା ମଧ୍ୟ ଥିଲେ  ।

ରାଜନୈତିକ ଜୀବନରେ ସେ ମୋଟ ୪ଥର ସାଂସଦ ନିର୍ବାଚିତ ହୋଇଥିଲେ  ।  ୧୯୮୧ରେ ଲୋକସଭାକୁ ନିର୍ବାଚିତ ହେବାପରେ ପୁଣିଥରେ ୧୯୮୪ରେ କଟକ ଆସନରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ଏହା ବାଦ୍ ପ୍ରଥମ ଓଡ଼ିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ତଥା ପ୍ରଥମ ମହିଳା ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରହିଥିଲେ ଜୟନ୍ତୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story