‘ଏହା ଐତିହାସିକ ବିଜୟ , ସୋନିଆ ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋନିଆ ଗାନ୍ଧି ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷ ହେବାନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ଐତିହାସିକ ବିଜୟ। ସୋନିଆ ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି। ସମସ୍ତଙ୍କର ଆଶା ଥିଲା ସୋନିଆ ଦାୟିତ୍ୱ ନେଲେ କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ। ସୋନିଆଙ୍କ ନେତୃତ୍ୱ ଦଳକୁ ନୂଆ ଦିଗଦର୍ଶନ ଦେବ। ଏବେ ବିରୋଧୀଙ୍କ ଭାବନା ଆଉ କଂଗ୍ରେସମୁକ୍ତ ଭାରତ ସମ୍ଭବ ନୁହେଁ। ସେ ଏବେ ସାରା ଦେଶ […]

c-90

Puspanjali Panda
  • Published: Sunday, 11 August 2019
  • , Updated: 11 August 2019, 05:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋନିଆ ଗାନ୍ଧି ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷ ହେବାନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ଐତିହାସିକ ବିଜୟ। ସୋନିଆ ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି। ସମସ୍ତଙ୍କର ଆଶା ଥିଲା ସୋନିଆ ଦାୟିତ୍ୱ ନେଲେ କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ। ସୋନିଆଙ୍କ ନେତୃତ୍ୱ ଦଳକୁ ନୂଆ ଦିଗଦର୍ଶନ ଦେବ। ଏବେ ବିରୋଧୀଙ୍କ ଭାବନା ଆଉ କଂଗ୍ରେସମୁକ୍ତ ଭାରତ ସମ୍ଭବ ନୁହେଁ।

ସେ ଏବେ ସାରା ଦେଶ କଥା ଚିନ୍ତା କରିବେ। ଓଡ଼ିଶାରେ ଯାହାକୁ ଦାୟିତ୍ୱ ଦେବେ ଆମେ କାମ କରିବୁ ବୋଲି ଜୟଦେବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିରୋଧୀ ଭାବୁଥିଲେ ଗାନ୍ଧି ପରିବାର ଗଲେ ଦଳ ବିଭାଜନ ହେବ।

ସୋନିଆ ଦାୟିତ୍ୱ ନେବା ପରେ ଏବେ ବିରୋଧୀ ଭୟଭୀତ ହୋଇପଡ଼ିଛନ୍ତି ବୋଲି ଜୟଦେବ କହିଛନ୍ତି। ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶନିବାର ଏହି ନିଷ୍ପତ୍ତି ହୋଇଛି। ଦଳ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବାଯାଏ ସୋନିଆଙ୍କ ହାତରେ କଂଗ୍ରେସର ଦାୟିତ୍ୱ ରହିବ।

Related story