ବିଜେଡିରେ ନ ମିଶିଲେ ଜେଲ୍ ଯା…
- Published: Tuesday, 17 April 2018
- , Updated: 17 April 2018, 09:46 PM IST
<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପୁଣି ଉଠିଲା ଭି.କେ.ପାଣ୍ଡିଆନ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଏକ ଗୁଳିକାଣ୍ଡ ମାମଲାରେ ଆଜି ଜେଲ୍‌ ଯିବା ପୂର୍ବରୁ ଗଣମାଧ୍ୟମକୁ ସେ କହିଛନ୍ତି- “ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡରେ ମୋତେ ଗିରଫ କରାଯିବା ପଛରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଚକ୍ରାନ୍ତ ରହିଛି। ମୋତେ ହଇରାଣ କରିବା ପାଇଁ ଏମିତି ଷଡ଼ଯନ୍ତ୍ର କରାଯାଇଛି। ଏଥିରେ ସେମାନେ ସଫଳ ହେବେନି। ବିଜେଡିରେ ଯୋଗଦେବାକୁ ମୋତେ ଅନୁରୋଧ କରିଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଏମିତି ଚକ୍ରାନ୍ତ କରାଯାଇଛି।”</p>
<p>ତେବେ ଜୟନାରାୟଣଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି- “କେଉଁ ସମୟରେ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ତାହା ସେ କହିଲେନି। ହତ୍ୟା କରି ଭିତରକୁ ଗଲା ପରେ ଏବେ ସବୁ ମନେ ପଡୁଛି। ଅଯଥାରେ ଯୁକ୍ତି କରି ସେ ମାମଲାକୁ ଘାଣ୍ଟିବାକୁ ଚାହୁଁଛନ୍ତି। ପାଣ୍ଡିଆନ୍‌ ହେଉଛନ୍ତି ଜଣେ ଅଫିସର। ତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ଘଟଣାକୁ ବିବାଦୀୟ କରିବାକୁ ଚେଷ୍ଟା କରାଯାଉଛି।”</p>