ଭିଜିଲାନ୍ସ ଜାଲରେ ପଡ଼ିଗଲେ ମହିଳା ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହୋଇପାରିବନି ବୋଲି ଧମକ ଦେଇଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଳାନ୍ସକୁ ସୂଚନା ଦେଇଥିଲେ। ଏହାପରେ ପୂର୍ବ ଯୋଜନା […]

jee

jee

Niharika Rout
  • Published: Wednesday, 13 July 2022
  • Updated: 13 July 2022, 02:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଲା ଭିଜିଲାନ୍ସ ।

ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହୋଇପାରିବନି ବୋଲି ଧମକ ଦେଇଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଳାନ୍ସକୁ ସୂଚନା ଦେଇଥିଲେ।

ଏହାପରେ ପୂର୍ବ ଯୋଜନା ମୁତାବକ, ବ୍ୟକ୍ତିଜଣକ ଆଜି ମହିଳା ଯନ୍ତ୍ରୀ   ସଂଘମିତ୍ରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ରଙ୍ଗ ବୋଳା ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ରଙ୍ଗ ବୋଳା ଟଙ୍କା ଜବତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos