ସରିଲା ସର୍ବଭାରତୀୟ ଜେଇଇ ମେନ୍‌

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍‌ ପାଇଁ ଆଜି ସରିଲା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୬ଟି ସହରର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ସକାଳ ସାଢ଼ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା ପ୍ରଥମ ସିଟିଂ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିଥିଲା। ପରୀକ୍ଷାର୍ଥୀମାନେ ହଲ୍‌ ଭିତରକୁ ପେନ୍‌, […]

OJEEee

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 06:06 PM IST

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍‌ ପାଇଁ ଆଜି ସରିଲା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୬ଟି ସହରର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ସକାଳ ସାଢ଼ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା ପ୍ରଥମ ସିଟିଂ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିଥିଲା। ପରୀକ୍ଷାର୍ଥୀମାନେ ହଲ୍‌ ଭିତରକୁ ପେନ୍‌, ପେନସିଲ୍‌, ହାତଘଣ୍ଟା ଏବଂ ଇଲେକ୍‌ଟ୍ରୋନିକ୍ସ ଉପକରଣ ନେଇ ପାରିବେ ନାହିଁ।

ଆଇଆଇଟି, ଏନ୍‌ଆଇଟି, ଟ୍ରିପଲ୍‌ଆଇଟି ସମେତ ସାରା ଦେଶରେ ଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ଦେବାକୁ ହେବ। ଚଳିତବର୍ଷ ଦେଶର ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ପାଇଁ ଆବେଦନ କରିଥିଲେ।

Related story