ବାଇକ୍‌ ଲୁଟୁଥିଲେ ନାବାଳକ ଗ୍ୟାଙ୍ଗ! ଧରି ପକାଇଲା ପୁଲିସ

ଜୟପୁର (ଟି.ଗୌରୀଶଙ୍କର): ଲୋକଙ୍କୁ ଚକ୍‌ମା ଦେଇ ବାଇକ୍‌ ଲୁଟୁଥିଲେ ନାବାଳକ ଗ୍ୟାଙ୍ଗ। ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ଜୟପୁର ପୁଲିସ। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧ଟି ବାଇକ୍‌ ଜବତ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ଜୟପୁର ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରା। ଜାନୁଆରୀ ୧୦ ତାରିଖରେ ବାଇକ ଚୋରି ନେଇ ଜୟପୁର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ […]

jeypore

Manoranjan Sial
  • Published: Wednesday, 17 February 2021
  • , Updated: 17 February 2021, 04:25 PM IST

ଜୟପୁର (ଟି.ଗୌରୀଶଙ୍କର): ଲୋକଙ୍କୁ ଚକ୍‌ମା ଦେଇ ବାଇକ୍‌ ଲୁଟୁଥିଲେ ନାବାଳକ ଗ୍ୟାଙ୍ଗ। ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ଜୟପୁର ପୁଲିସ। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧ଟି ବାଇକ୍‌ ଜବତ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ଜୟପୁର ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରା।

ଜାନୁଆରୀ ୧୦ ତାରିଖରେ ବାଇକ ଚୋରି ନେଇ ଜୟପୁର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ପରେ ଏହି ଟିମ୍‌ ଜୟପୁର, କୁନ୍ଦ୍ରା, ବୈପାରୀଗୁଡ଼ା ଓ ପଡ଼ୋଶୀ ଜିଲ୍ଲା ମାଲକାନଗିରି ଏବଂ ନବରଙ୍ଗପୁରରେ ଚଢ଼ଉ କରିଥିଲା। ସେହି ସମୟରେ ବାଇକ୍‌ ଚୋରି ନେଇ ସୁରାଗ ମିଳିଥିଲା। ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ ଅଟକ ରଖିଥିଲା। ପଚରାଉଚରା ସେମାନଙ୍କ ଭିତରୁ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି। ୧୧ଟି ଚୋରି ବାଇକ୍‌କୁ ପୁଲିସ ଜବତ କରିଛି। ଏହି ମାମଲାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପୁଲିସ ତାହା ଉପରେ ତଦନ୍ତ କରୁଛି।

ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରାଙ୍କ କହିବା ଅନୁସାରେ ଚୋରି ବାଇକ୍‌ ଗୁଡ଼ିକୁ ଲୁଟେରାମାନେ ସେମାନଙ୍କ ଘରେ ରଖିଥିଲେ। ସମୟ ସୁବିଧା ଦେଖି ବାଇକ୍‌ ଗୁଡ଼ିକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ। ତାହା ପୂର୍ବରୁ ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଚୋରି ବାଇକ୍‌ ଜବତ କରିଛି ବୋଲି ଶ୍ରୀ ବେହେରା କହିଛନ୍ତି।

ଅଧିକ ପଢ଼ନ୍ତୁ >> ବଲିଉଡ ଫିଲ୍ମ ‘ଏମଏସ ଧୋନୀ’ର କଳାକାରଙ୍କ ଆତ୍ମହତ୍ୟା

ସୂଚନାରୁ ପ୍ରକାଶ, ଗତ କିଛି ମାସ ହେବ ନିୟମିତ ଭାବେ ଜୟପୁର ଟାଉନ୍‌ରୁ ବାଇକ ଚୋରି ହେଉଥିଲା। ଲୁଟେରାମାନେ ଆଖି ପିଛୁଳାକେ ବାଇକ୍‌ ଲୁଟି ନେଇ ଯାଉଥିଲେ। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲା। ହେଲେ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇପାରୁନଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବାଇକ୍‌ ଚୋରି ରାକେଟକୁ ଧରିବା ପାଇଁ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇଥିଲା। ସେହି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।

 

 

Related story