ଝାରସୁଗୁଡ଼ା: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ୩ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଓଏମପି ସେଣ୍ଟର ନିକଟରେ ଥିବା ଭୂୟାଁପଡ଼ାରେ ଆଜି ମଧ୍ୟାହ୍ନରେ ଏକ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହେବା ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ଉଦ୍ୟମ କଲା ବେଳେ ପ୍ରମୋଦ ଲାକ୍ରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ଓଏସ୍‌ଏପି କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ଅନ୍ୟାନ୍ୟ ଘରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଶବ୍ଦ ହେବା […]

jharsuguda-death

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 12:25 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ାର ଓଏମପି ସେଣ୍ଟର ନିକଟରେ ଥିବା ଭୂୟାଁପଡ଼ାରେ ଆଜି ମଧ୍ୟାହ୍ନରେ ଏକ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହେବା ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ଉଦ୍ୟମ କଲା ବେଳେ ପ୍ରମୋଦ ଲାକ୍ରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ଓଏସ୍‌ଏପି କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ଅନ୍ୟାନ୍ୟ ଘରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଶବ୍ଦ ହେବା ପରେ ସର୍ଟ ସର୍କିଟ୍ ଯୋଗୁଁ ଘରର ଏକ ବିଦ୍ୟୁତ୍ ତାର ଜଳି ଯାଉଥିବା ଦେଖି ପ୍ରମୋଦ ପ୍ଲଗ୍ ଖୋଲିବାକୁ ଉଦ୍ୟମ କଲା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story