ନୀଳଗିରିରେ ଝାଡ଼ଖଣ୍ଡୀ ହାତୀ

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପାଳପୁର ଜଙ୍ଗଲରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଛନ୍ତି। ଏଥିରେ ୨ଟି ଶାବକ ସହ ୩୨ଟି ହାତୀ ଅଛନ୍ତି। ଆଜି ଭୋରରୁ ଏହି ହାତୀମାନେ ନୀଳଗିରି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଭଉଁରିଆବାଡ଼ ପଞ୍ଚାୟତ ପାଖରେ ଏବେ ହାତୀପଲ ରହିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରର ଲାଗି ରହିଛି। ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। […]

ruu6777

ruu6777

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 01:29 PM IST

Sports

Latest News

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପାଳପୁର ଜଙ୍ଗଲରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଛନ୍ତି। ଏଥିରେ ୨ଟି ଶାବକ ସହ ୩୨ଟି ହାତୀ ଅଛନ୍ତି। ଆଜି ଭୋରରୁ ଏହି ହାତୀମାନେ ନୀଳଗିରି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି।

ଭଉଁରିଆବାଡ଼ ପଞ୍ଚାୟତ ପାଖରେ ଏବେ ହାତୀପଲ ରହିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରର ଲାଗି ରହିଛି।

ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲ ନିକଟରେ ପହଞ୍ଚିଛନ୍ତି।

ବନ ବିଭାଗ ପକ୍ଷରୁ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା କହିଛି।

https://youtu.be/1T8RWYsc9WQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos