‘ଆମେ ଝାଡ଼ଖଣ୍ଡୀ, ଆମ କଥା ଶୁଣୁନି ଓଡ଼ିଶା ପୁଲିସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆମେ ଝାଡ଼ଖଣ୍ଡ ଲୋକ । ସେଥିପାଇଁ ଆମ ସହ ପାତରଅନ୍ତର ହେଉଛି। ଓଡ଼ିଶା ଲୋକ ହୋଇଥିଲେ ହିନସ୍ତା ହୋଇ ନ ଥାନ୍ତୁ। ଆମ ଝିଅ ମାସେ ହେଲା ମଲାଣି, ହେଲେ ପୁଲିସ୍‌ କିଛି ଶୁଣୁନି। ସବୁବେଳେ ୪ଶହ କିମି ଦୌଡ଼ି ଆସିପାରିବୁନି,  ଏଥର ନ୍ୟାୟ ନ ମିଳିଲେ ଏଠୁ ଯିବୁନି। ’ କମିଶନରେଟ ପୁଲିସ୍‌ ଅଧୀନରେ ଆସୁଥିବା ବାଲିଅନ୍ତା ଥାନା ଆଗରେ ବିଷୋଦଗାର କରି ଆଜି ଏପରି କହିଛନ୍ତି ଜଣେ ମୃତ ମହିଳାଙ୍କ ପରିବାର […]

pic

pic

Niharika Rout
  • Published: Thursday, 27 October 2022
  • Updated: 27 October 2022, 03:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆମେ ଝାଡ଼ଖଣ୍ଡ ଲୋକ । ସେଥିପାଇଁ ଆମ ସହ ପାତରଅନ୍ତର ହେଉଛି। ଓଡ଼ିଶା ଲୋକ ହୋଇଥିଲେ ହିନସ୍ତା ହୋଇ ନ ଥାନ୍ତୁ। ଆମ ଝିଅ ମାସେ ହେଲା ମଲାଣି, ହେଲେ ପୁଲିସ୍‌ କିଛି ଶୁଣୁନି। ସବୁବେଳେ ୪ଶହ କିମି ଦୌଡ଼ି ଆସିପାରିବୁନି,  ଏଥର ନ୍ୟାୟ ନ ମିଳିଲେ ଏଠୁ ଯିବୁନି। ’ କମିଶନରେଟ ପୁଲିସ୍‌ ଅଧୀନରେ ଆସୁଥିବା ବାଲିଅନ୍ତା ଥାନା ଆଗରେ ବିଷୋଦଗାର କରି ଆଜି ଏପରି କହିଛନ୍ତି ଜଣେ ମୃତ ମହିଳାଙ୍କ ପରିବାର ଲୋକେ।

ବାଲିଅନ୍ତା ଥାନା ରଙ୍ଗବଜାର ଅଞ୍ଚଳରେ ରହୁଥିବା ଆକାଶ ମହାରଣାଙ୍କୁ ଝାଡ଼ଖଣ୍ଡ ଷଢେଇକଳାର ସୀମା ସାହୁ ୨୦୧୨ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଏକ ୮ ବର୍ଷର ପୁଅ ଅଛି।  ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଆକାଶ ସବୁବେଳେ ସୀମାଙ୍କୁ ମାରପିଟ କରିବା ସହ ଯୌତୁକ ନିର୍ଯାତନା ଦେଉଥିବା ତାଙ୍କ ବାପ ଘର ଲୋକେ କହିଛନ୍ତି।

ସେପ୍ଟେମ୍ବର ୨୪ ତାରିଖରେ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ସୀମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୀମାଙ୍କ ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ପୁଅର ଦେହ ଭଲ ନ ଥିବାରୁ ତାକୁ ଧରି ମେଡିକାଲ ଯାଇଥିବା ବେଳେ ସୀମା ରଶି ଲଗାଇ ନିଜ ଜୀବନ ହାରିଥିବା ସେମାନେ କହିଥିଲେ। ମାତ୍ର ତାଙ୍କ ବାପଘର ଲୋକେ ଏହାକୁ ଗ୍ରହଣ କରି ପାରି ନ ଥିଲେ ଓ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ମାତ୍ର ମାସେ ପରେ ବି ପୁଲିସ୍‌ ଚୁପଚାପ ବସିଛି।

ଇତି ମଧ୍ୟରେ ସେମାନେ ଷଢେଇକଳାରୁ ଭୁବନେଶ୍ୱର ପ୍ରାୟ ୪ଶହ କିମି ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି। ହେଲେ ଥାନା ଅଧିକାରୀ କଥା ଶୁଣୁ ନାହାନ୍ତି କି ଫୋନ୍‌ ବି ଉଠାଉ ନାହାନ୍ତି। ତେଣୁ ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ସେମାନେ ଉତ୍କଳ ଜନନୀ ସଂଘ ସହ ଥାନାର ଦ୍ୱାରସ୍ଥ ହେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି।

ବିକ୍ଷୋଭ ଯୋଗୁ ଥାନା ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖବର ପାଇ ଏସଡିପିଓ ବାଲିଅନ୍ତା ଥାନାରେ ପହଞ୍ଚି ଅଭିଯୋଗକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସଡିପିଓଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଆନ୍ଦୋଳନକାରୀ ନିଜ ଜିଦ୍‌ରୁ ହଟି ନ ଥିବା ଜଣାଯାଇଛି।

https://youtu.be/FFqk2frB3o8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story