ଝାରସୁଗୁଡା: ଅଗ୍ନିକାଣ୍ଡ ପରେ ଏମସିଏଲ ଖଣି ସିଲ୍

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଏମସିଏଲ କୋଇଲା ଖଣିରେ ଅଗ୍ନିକାଣ୍ଡ ପରେ ଏହାକୁ ସିଲ୍ କରି ଦିଆଯାଇଛି । ଏମସିଏଲର ଓରିଏଣ୍ଟ ତିନି ନମ୍ୱର ଭୂତଳ କୋଇଲା ଖଣି ଭିତରେ ଗତ ୧୧ ତାରିଖରୁ ନିଆଁ ଲାଗିଛି। ତେଣୁ ସୁରକ୍ଷା ଦିଗରୁ ଭୁବନେଶ୍ୱରସ୍ଥିତ ଖଣି ଓ ସୁରକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏହାକୁ ସିଲ କରି ଦିଆଯାଇଛି। ନିଆଁ ଲାଗିବା ପରେ କୋଇଲା ଉତ୍ପାଦନ ପ୍ରଭାବିତ ହୋଇଥିବା ସହ ଶ୍ରମିକଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବାରୁ […]

mcl

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 10:56 AM IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଏମସିଏଲ କୋଇଲା ଖଣିରେ ଅଗ୍ନିକାଣ୍ଡ ପରେ ଏହାକୁ ସିଲ୍ କରି ଦିଆଯାଇଛି । ଏମସିଏଲର ଓରିଏଣ୍ଟ ତିନି ନମ୍ୱର ଭୂତଳ କୋଇଲା ଖଣି ଭିତରେ ଗତ ୧୧ ତାରିଖରୁ ନିଆଁ ଲାଗିଛି। ତେଣୁ ସୁରକ୍ଷା ଦିଗରୁ ଭୁବନେଶ୍ୱରସ୍ଥିତ ଖଣି ଓ ସୁରକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏହାକୁ ସିଲ କରି ଦିଆଯାଇଛି।

ନିଆଁ ଲାଗିବା ପରେ କୋଇଲା ଉତ୍ପାଦନ ପ୍ରଭାବିତ ହୋଇଥିବା ସହ ଶ୍ରମିକଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଡିଡିଏମଏସ୍ ନାଗେଶ୍ୱର କୁମାର ସୂଚନା ଦେଇଛନ୍ତି। ଖଣିର ପ୍ରବେଶ ପଥକୁ ସିଲ୍ କରି ଦିଆଯିବା ସହ ଅନ୍ୟାନ୍ୟ ୪ଟି ସ୍ଥାନରେ ମଧ୍ୟ ସିମେଣ୍ଟ ଓ ବାଲି ଭର୍ତ୍ତି କରାଯାଉଛି ।

Related story