ଅସହ୍ୟ ହେଲାଣି ତାତି; ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ହେଲାଣି ତାତି। ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି। ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଠିକ୍‌ ସେହିପରି ଟିଟଲାଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ଦିନ ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ୪୦.୨ ଡ଼ିଗ୍ରୀ ସହ #ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର#ଟିଟଲାଗଡ, #ବଲାଙ୍ଗୀର, ଏବଂ #ବୌଦ୍ଧରେ ଦିନତାପମାତ୍ର #୪୦ଡ଼ିଗ୍ରୀ ରେକର୍ଡ […]

Hottest

Manoranjan Sial
  • Published: Monday, 21 March 2022
  • , Updated: 21 March 2022, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ହେଲାଣି ତାତି। ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି। ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଠିକ୍‌ ସେହିପରି ଟିଟଲାଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ଦିନ ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

https://twitter.com/mcbbsr/status/1505894218388373508?s=20&t=8dS4ihaMa7_vPKBDZ8SLkw

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୪.୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୨.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୧.୫ ଡିଗ୍ରୀ, ପୁରୀରେ ୩୨.୮ ଡିଗ୍ରୀ, ଅନୁଗୋଳରେ ୩୬.୭ ଡିଗ୍ରୀ, ବାରିପଦାରେ ୩୯.୦ ଡିଗ୍ରୀ, କେନ୍ଦୁଝର ଗଡ଼ରେ ୩୪.୫ ଡିଗ୍ରୀ, ସମ୍ୱଲପୁରରେ ୩୮.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୭.୬ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୭.୫ ଡିଗ୍ରୀ, ମାଲକାନଗିରିରେ ୩୭.୦ ଡିଗ୍ରୀ, ସୋନପୁରରେ ୩୭.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୩.୦ ଡିଗ୍ରୀ, ନୟାଗଡ଼ରେ ୩୭.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୬.୯ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ୩୭.୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

Related story