ଝାରସୁଗୁଡା: ନକଲି କପ୍‌ ସିରଫ୍‌ ଜବତ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍‌ ଛକରେ ଥିବା ଏକ ଔଷଧ ଦୋକାନରେ ଆଜି ଭିଜିଲାନ୍ସ ଓ ଔଷଧ ଯାଞ୍ଚ ଅଧିକାରୀ ମିଳିତ ଚଢାଉ କରି ବହୁ ପରିମାଣର ନକଲି କପ ସିରଫ୍‌ ଜବତ କରିଛନ୍ତି। ଗୋଟିଏ ପେଟିରେ ୧୬୦ଟି ନକଲି କପ୍‌ ସିରଫ୍‌ ରହିଥିବା ବେଳେ ସେଥିରୁ ୮ଟି ବିକ୍ରି ହୋଇସାରିଛି। ଆଉ ୧୫୨ଟି କପ୍‌ ସିରଫ୍‌ ଦୋକାନରୁ ଜବତ କରାଯାଇଛି। ଦୋକାନ ମାଲିକ ଜୟନ୍ତ ସାହୁଙ୍କ ଘରେ ମଧ୍ୟ ତଲାସୀ କରାଯାଇଥିବା ଯାଞ୍ଚ ଅଧିକାରୀ କହିଛନ୍ତି। […]

jabat

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 01:16 PM IST

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍‌ ଛକରେ ଥିବା ଏକ ଔଷଧ ଦୋକାନରେ ଆଜି ଭିଜିଲାନ୍ସ ଓ ଔଷଧ ଯାଞ୍ଚ ଅଧିକାରୀ ମିଳିତ ଚଢାଉ କରି ବହୁ ପରିମାଣର ନକଲି କପ ସିରଫ୍‌ ଜବତ କରିଛନ୍ତି। ଗୋଟିଏ ପେଟିରେ ୧୬୦ଟି ନକଲି କପ୍‌ ସିରଫ୍‌ ରହିଥିବା ବେଳେ ସେଥିରୁ ୮ଟି ବିକ୍ରି ହୋଇସାରିଛି। ଆଉ ୧୫୨ଟି କପ୍‌ ସିରଫ୍‌ ଦୋକାନରୁ ଜବତ କରାଯାଇଛି।

ଦୋକାନ ମାଲିକ ଜୟନ୍ତ ସାହୁଙ୍କ ଘରେ ମଧ୍ୟ ତଲାସୀ କରାଯାଇଥିବା ଯାଞ୍ଚ ଅଧିକାରୀ କହିଛନ୍ତି। ରାୟଗଡଠାରୁ ନକଲି କପ୍‌ ସିରଫ୍‌ ଆସୁଥିବାରୁ ଖବର ପାଇ ଆଜି ଚଢାଉ କରାଯାଇଥିଲା।

 

Related story