ଡକାୟତି ଯୋଜନା କରୁଥିଲେ; ୩ ଧରାପଡ଼ିଲେ, ୪ ଖସିଗଲେ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଜ୍ରରାଜନଗର ଥାନା ଅଞ୍ଚଳର ହିଲ୍‌ଟପ୍‌ ପଡ଼ିଆରେ ଗତକାଲି ରାତିରେ କିଛି ଲୋକ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ଚଢ଼ଉ କରି ୩ ଜଣଙ୍କୁ ଧରିଥିଲା ଓ ୪ ଜଣ ଖସି ପଳାଇଥିଲେ। ଧରିଥିବା ଲୋକମାନଙ୍କୁ ପୁଲିସ୍‌ ଅଟକ ରଖି ପଚରାଉ କରୁଛି। ସେମାନେ ହେଲେ ଗୁଡୁ ସିଂ, ଶ୍ୟାମ ସହିସ, ଓ ପୂର୍ଣ୍ଣ ସାଗର।  ସମସ୍ତଙ୍କ ଘର  ରାମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେମାନେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ […]

jharsuguda

Jyoshna Pradhan
  • Published: Friday, 27 September 2019
  • , Updated: 27 September 2019, 02:50 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଜ୍ରରାଜନଗର ଥାନା ଅଞ୍ଚଳର ହିଲ୍‌ଟପ୍‌ ପଡ଼ିଆରେ ଗତକାଲି ରାତିରେ କିଛି ଲୋକ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ଚଢ଼ଉ କରି ୩ ଜଣଙ୍କୁ ଧରିଥିଲା ଓ ୪ ଜଣ ଖସି ପଳାଇଥିଲେ। ଧରିଥିବା ଲୋକମାନଙ୍କୁ ପୁଲିସ୍‌ ଅଟକ ରଖି ପଚରାଉ କରୁଛି। ସେମାନେ ହେଲେ ଗୁଡୁ ସିଂ, ଶ୍ୟାମ ସହିସ, ଓ ପୂର୍ଣ୍ଣ ସାଗର।  ସମସ୍ତଙ୍କ ଘର  ରାମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେମାନେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବୋଲି ଜଣାପଡ଼ିଛି।

ସେମାନଙ୍କ ଠାରୁ ପୁଲିସ୍‌ ଦୁଇଟି ମୋବାଇଲ, ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି। ଚଢ଼ଉ ସମୟରେ ସେମାନେ ପୁଲିସ୍‌ ଉପରକୁ ଏକ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି।

Related story