ଝାରସୁଗଡ଼ା ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ। ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ୨୦୧୮ ଏପ୍ରିଲ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଠାରେ ୩୦୦ ଯାତ୍ରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଟ୍ୟାକ୍ସି ୱେ, ଟେକ୍ନିକାଲ୍‌ ବ୍ଲକ, ଅଗ୍ନିଶମ କେନ୍ଦ୍ର, ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ କରାଯିବ ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। […]

biju-patnik

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 08:51 PM IST

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ। ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ୨୦୧୮ ଏପ୍ରିଲ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଠାରେ ୩୦୦ ଯାତ୍ରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଟ୍ୟାକ୍ସି ୱେ, ଟେକ୍ନିକାଲ୍‌ ବ୍ଲକ, ଅଗ୍ନିଶମ କେନ୍ଦ୍ର, ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ କରାଯିବ ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଭୁବନେଶ୍ୱର ବିମାନବନ୍ଦରର ଉନ୍ନତିକରଣ ପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ବିମାନ ବନ୍ଦର ରନ୍‌ୱେ ସମ୍ପ୍ରସାରଣ ଓ ପ୍ରଶସ୍ତିକରଣ କରାଯିବ। ଏହାଛଡ଼ା ବିମାନବନ୍ଦରରେ ନୂଆ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ସ୍ଥାପନ କରାଯିବ। ସେହିପରି ଓଡ଼ିଶା ଭିତରେ ଛୋଟଛୋଟ ସହରକୁ ବିମାନ ସଂଯୋଗ କରିବା ପାଇଁ ଭବିଷ୍ୟତରେ ବ୍ୟବସ୍ଥା କରାଯିବ।”

Related story