ଏହି ଜିଲ୍ଲାକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା

ଝାରସୁଗୁଡା(ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ବାଣିଜ୍ୟ ସଂଘ। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରି ଖୋଲା ରହିବ। ସେହିପରି ନୟାଗଡ଼ ସହରକୁ ୨ ଦିନ ଶଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ କରାଯିବା ନେଇ […]

lockdown

Tapas Behera
  • Published: Friday, 25 September 2020
  • , Updated: 25 September 2020, 06:39 PM IST

ଝାରସୁଗୁଡା(ଓଡ଼ିଶା ରିପୋର୍ଟର): ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ବାଣିଜ୍ୟ ସଂଘ। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରି ଖୋଲା ରହିବ।

ସେହିପରି ନୟାଗଡ଼ ସହରକୁ ୨ ଦିନ ଶଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବ। ଏହି ସମୟରେ ମେଡିସିନ୍ ଦୋକାନ ଖୋଲା ରହିବ।

ଆଜି ନୟାଗଡ଼ରେ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛି।

Related story