ଝିଇଁଣ୍ଟି  ତ୍ରାହି ଅଚ୍ୟୁତ ଆଶ୍ରମ ବାହାରେ ଆଜିଠୁ ୪ଟି କ୍ୟାମ୍ପ କରିବ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ଅଚ୍ୟୁତ ଆଶ୍ରମଠାରେ ସ୍ଥିତିରେ ସୁଧାର ଆସିଛି। ଗତକାଲିର ଅଶାନ୍ତ ପରିସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ କମିଶନରେଟ୍ ପୋଲିସ ୧୪୪ ଧାରା ଜାରି କରିଥିଲା। ଆଜିଠୁ ପୋଲିସ ପକ୍ଷରୁ ଆଶ୍ରମ ବାହାରେ ୪ଟି କ୍ୟାମ୍ପ କରାଯାଉଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସେଠାରେ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ସ୍ଥାନୀୟ ଲୋକ ଏବଂ ପୋଲିସକୁ ସାମିଲ କରାଯାଇଛି। ଏମାନେ ବିଭିନ୍ନ ସ୍ଥାନରେ ରହି ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରିବେ।  ସୋମବାର […]

asrama

asrama

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 09:17 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ଅଚ୍ୟୁତ ଆଶ୍ରମଠାରେ ସ୍ଥିତିରେ ସୁଧାର ଆସିଛି। ଗତକାଲିର ଅଶାନ୍ତ ପରିସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ କମିଶନରେଟ୍ ପୋଲିସ ୧୪୪ ଧାରା ଜାରି କରିଥିଲା। ଆଜିଠୁ ପୋଲିସ ପକ୍ଷରୁ ଆଶ୍ରମ ବାହାରେ ୪ଟି କ୍ୟାମ୍ପ କରାଯାଉଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସେଠାରେ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ସ୍ଥାନୀୟ ଲୋକ ଏବଂ ପୋଲିସକୁ ସାମିଲ କରାଯାଇଛି। ଏମାନେ ବିଭିନ୍ନ ସ୍ଥାନରେ ରହି ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରିବେ।  ସୋମବାର ଅପରାହ୍ନରେ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଉତ୍ୟକ୍ତ ଲୋକଙ୍କ ଢେଲା ପଥର ମାଡ଼ରେ ଡିସିପି, ଆଡିସିନାଲ୍ ଡିସିପି, ଦୁଇ ସବ୍ଇନ୍ସପେକ୍ଟରଙ୍କ ସମେତ ୫ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ। ଅପରାହ୍ନରେ ଶହ ଶହ ଲୋକ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟରେ ରୁଣ୍ଡ ହୋଇଥିଲେ। ସେମାନେ ଆଶ୍ରମ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇବାରୁ ଲୋକେ ପୋଲିସ୍ ଉପରକୁ ଟେକାପଥର ମାଡ଼ କରିଥିଲେ। ପ୍ରାୟ ଦେଢ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା।  ଆଶ୍ରମରେ ପରିସରରେ ୯ ପ୍ଲାଟୁନ୍ ଫେ।ର୍ସ ମୁତୟନ ରହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos