ଭାଇରାଲ ଅଡିଓ କଥାବାର୍ତ୍ତାକୁ ସ୍ୱୀକାର କଲେ ଜୀବନ, କହିଲେ କାଣ୍ଟଛାଣ୍ଟ ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଭାଇରାଲ ଅଡିଓ କଥାବାର୍ତ୍ତାକୁ ଜୀବନ ସ୍ୱୀକାର କରିଥିବା ବେଳେ କର୍ମୀଙ୍କ ମନକଥା ଜାଣିବା ପାଇଁ କଥା ହୋଇଥିବା କହିଛନ୍ତି । ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ  ଅଭିଯୋଗ କରିଛନ୍ତି  । ଜୀବନ ଉକ୍ତ ଅଡିଓରେ କର୍ମୀଙ୍କୁ କହିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ ପାଇଥିବା ସ୍ୱରୂପ […]

jeeban-3

jeeban-3

Niharika Rout
  • Published: Saturday, 07 November 2020
  • Updated: 07 November 2020, 02:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଭାଇରାଲ ଅଡିଓ କଥାବାର୍ତ୍ତାକୁ ଜୀବନ ସ୍ୱୀକାର କରିଥିବା ବେଳେ କର୍ମୀଙ୍କ ମନକଥା ଜାଣିବା ପାଇଁ କଥା ହୋଇଥିବା କହିଛନ୍ତି । ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ  ଅଭିଯୋଗ କରିଛନ୍ତି  ।

ଜୀବନ ଉକ୍ତ ଅଡିଓରେ କର୍ମୀଙ୍କୁ କହିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ । ଏବଂ ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ ପ୍ରଦାନରେ ସାହାଯ୍ୟ କରିଥିଲେ । ଏହା ପଛରେ ଏକ ଚାଲ୍ ଥିଲା ଯେ, ସ୍ୱରୂପ ଟିକଟ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ । ତାହା ମଧ୍ୟ ହେଲା ।”

ହେଲେ ଯଦି ଟିକଟ ବଦଳିବ, ତେବେ ମୁଁ କାହିଁକି ଲଢିବି ନାହିଁ ବୋଲି ଭାଇରାଲ ଅଡିଓରେ ଜୀବନ ନିଜ କର୍ମୀଙ୍କୁ କହିଥିବା ଶୁଣିବାକୁ ମିଳୁଛି।

ଏଥିସହ ସେ କହିଛନ୍ତି, ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ । ବିହାର ପରି ରାଜନୀତି ହୋଇଯିବ । ଏପରି ବାଜେ ଲୋକ ଅଛନ୍ତି । ଏହା କହିବାରୁ ମତେ ସେମାନେ ଘରେ ବସାଇ ଦେଲେ ।” ଏହା ପରେ ଅଡ଼ିଓରେ ଅନ୍ୟ ବ୍ୟକ୍ତିଜଣକ ଆପଣ କ’ଣ କରିବେ ବୋଲି ପଚାରିବାରୁ, ଜୀବନ କହିଛନ୍ତି, ମୋ ଲୋକେ ମୋଷ୍ଟଲି ବିଜେପିକୁ ଭୋଟ ଦେବେ । ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଛନ୍ତି  । ଫାଇନାନ୍ସ ଦରକାର ହେଲେ ତାହା ମଧ୍ୟ ଯୋଗାଇ ଦେବେ ବୋଲି ଅଡିଓରେ ଜୀବନ କହୁଥିବାର ଶୁଣାଯାଉଛି ।

ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓ ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବିଜେପିରୁ ହିଁ ନବୀନ ବାବୁଙ୍କ ଜନ୍ମ ହୋଇଛି । ଉଭୟ ଦଳକୁ ସେ ସମାଲୋଚନା କରିଛନ୍ତି ।  ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଶ୍ୱସନୀୟତା ଥିବା ନେତା ଏପରି ଶସ୍ତା ମନ୍ତବ୍ୟ ଦେବା ଉଚିତ ନୁହେଁ । ଜୀବନ ଦାସ ବିଜେପିରୁ ବିଧାୟକ ଥିଲେ, ବିଜେଡିରୁ ବିଧାୟକ ଥିଲେ । ସେ ଏପରି ଶସ୍ତା ମନ୍ତବ୍ୟ ଦେବା ସମୀଚିନ ନୁହେଁ । ସେପଟେ ବିଜେଡିର ପ୍ରମିଳା ମଲ୍ଲିକ କହିଛନ୍ତି, ଟିକେଟ ନ ପାଇବାରୁ ଜୀବନ ଦାସ ଏପରି କଥା କହିଛନ୍ତି । ନିଜ ସ୍ୱାର୍ଥରେ ବାଧା ଆସିବାରୁ ସେ ଏପରି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story