ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଇନ ଛାତ୍ରଛାତ୍ରୀ

ସମ୍ୱଲପୁର: ସମ୍ୱଲପୁର ଏଲ.ଆର.ଲ କଲେଜରେ ୫ ବର୍ଷିଆ ଇଣ୍ଟ୍ରିଗେଟେଡ ବିବିଏ ଓ ଏଲଏଲବି ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ପାଠ୍ୟକ୍ରମର ବାର କାଉନସିଲ ଅଫ୍ ଇଣ୍ଡିଆର(ବି.ସି.ଆଇ) ଅନୁମୋଦନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ ଯେ, ଗତ ୪ ବର୍ଷ ହେଲା ଏହି ଦୁଇଟି ସେଲ୍ଫ ଫ।ଇନାସିଂ ପାଠ୍ୟକ୍ରମ ଏଲ.ଆର.ଲ କଲେଜରେ ଆରମ୍ଭ ହୋଇଥିଲା।ଏହି ପାଠ୍ୟକ୍ରମକୁ ବାର କାଉନସିଲ ଅଫ୍ ଇଣ୍ଡିଆର ଏଯାଏ ଅନୁମୋଦନ ଦିଆଯାଇ […]

sambalpur

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 12:43 PM IST

ସମ୍ୱଲପୁର: ସମ୍ୱଲପୁର ଏଲ.ଆର.ଲ କଲେଜରେ ୫ ବର୍ଷିଆ ଇଣ୍ଟ୍ରିଗେଟେଡ ବିବିଏ ଓ ଏଲଏଲବି ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ପାଠ୍ୟକ୍ରମର ବାର କାଉନସିଲ ଅଫ୍ ଇଣ୍ଡିଆର(ବି.ସି.ଆଇ) ଅନୁମୋଦନ ଦାବିରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ ।

ସୂଚନାଯୋଗ୍ୟ ଯେ, ଗତ ୪ ବର୍ଷ ହେଲା ଏହି ଦୁଇଟି ସେଲ୍ଫ ଫ।ଇନାସିଂ ପାଠ୍ୟକ୍ରମ ଏଲ.ଆର.ଲ କଲେଜରେ ଆରମ୍ଭ ହୋଇଥିଲା।ଏହି ପାଠ୍ୟକ୍ରମକୁ ବାର କାଉନସିଲ ଅଫ୍ ଇଣ୍ଡିଆର ଏଯାଏ ଅନୁମୋଦନ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏଥର ଶେଷ ବର୍ଷ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏହାକୁ ନେଇ ଆଶଙ୍କ।ରେ ଅଛନ୍ତି। ବାର କାଉନସିଲ ଅଫ୍ ଇଣ୍ଡିଆର ବିନା ଅନୁମୋଦନରେ ପାସ ସାର୍ଟିଫିକେଟ ହାସଲ କଲେ ତାହାର କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ। ଏହି କଲେଜଟି ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ ଅଧୀନରେ ରହିଥିଲେ ମଧ୍ୟ  କଲେଜର ଅଧ୍ୟକ୍ଷ କିମ୍ୱା ବିଶ୍ୱ ବିଦ୍ୟାଳୟ କୁଳପତି ଏନେଇ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ସମସ୍ୟା ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ।

Related story