ପତ୍ନୀଙ୍କ ସହ ଆତ୍ମସମର୍ପଣ କଲେ ମାଓନେତା ଜାମ୍ପାନ୍ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଓ ସଂଗଠନକୁ ଲାଗିଛି ଜବରଦସ୍ତ ଝଟ୍‌କା। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୋଷ୍ଟ ୱାଣ୍ଟେଡ ମାଓବାଦୀ ଜିନୁଗୁ ନରସିମା ରେଡ୍ଡୀ ଓରଫ ଜାମ୍ପାନ୍ନା ଓ ତାଙ୍କ ପତ୍ନୀ ରଞ୍ଜିତା। ୩୦ବର୍ଷରୁ ଅଧିକ ସମୟ ଧରି ମାଓ ସଂଗଠନରେ ସକ୍ରୀୟ ଥିବା ଜାମ୍ପାନ୍ନା ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଦାୟିତ୍ୱରେ ଥିଲେ। ତାଙ୍କୁ ଧରାଇ ଦେବା ଲାଗି ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ୨୦୧୧ରେ ଛତିଶଗଡ଼ ଓଡିଶା ସୀମାନ୍ତରେ ରାଜ୍ୟ […]

nn

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଓ ସଂଗଠନକୁ ଲାଗିଛି ଜବରଦସ୍ତ ଝଟ୍‌କା। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୋଷ୍ଟ ୱାଣ୍ଟେଡ ମାଓବାଦୀ ଜିନୁଗୁ ନରସିମା ରେଡ୍ଡୀ ଓରଫ ଜାମ୍ପାନ୍ନା ଓ ତାଙ୍କ ପତ୍ନୀ ରଞ୍ଜିତା। ୩୦ବର୍ଷରୁ ଅଧିକ ସମୟ ଧରି ମାଓ ସଂଗଠନରେ ସକ୍ରୀୟ ଥିବା ଜାମ୍ପାନ୍ନା ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଦାୟିତ୍ୱରେ ଥିଲେ। ତାଙ୍କୁ ଧରାଇ ଦେବା ଲାଗି ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ୨୦୧୧ରେ ଛତିଶଗଡ଼ ଓଡିଶା ସୀମାନ୍ତରେ ରାଜ୍ୟ କମିଟି ଇନଚାର୍ଜ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ୮ରୁ ୧୦ ବର୍ଷ ହେବ ସେ ଓଡ଼ିଶାରେ ଦାୟିତ୍ୱରେ ଥିଲେ। କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ସେ ସଂଗଠନର କାର୍ଯ୍ୟ ତଦାରଖ କରୁଥିଲେ।

ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ତାଙ୍କ ସମ୍ପୃକ୍ତି ରହିଛି। ୨୦୦୪ କୋରାପୁଟ ଅସ୍ତ୍ରାଗାର ଆକ୍ରମଣ, ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ଓ ୨୦୧୭ରେ ବାଲିଗୁଡ଼ା ଏସଓଜି ଯବାନ  ଆକ୍ରମଣ ଭଳି ହିଂସାକାଣ୍ଡରେ ସେ ସାମିଲ ଥିଲେ।  ତାଙ୍କୁ ଧରାଇ ଦେବା ଲାଗି ତେଲେଙ୍ଗାନା ସରକାର ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେହିପରି ତାର ପତ୍ନୀ ରଞ୍ଜିତାଙ୍କୁ ଧରାଇ ଦେବା ଲାଗି ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

୧୯୮୪ରେ ପିପୁଲସ୍ ୱାର ଗ୍ରୁପରେ ସାମିଲ ହୋଇଥିଲା ଜାମ୍ପାନା। ପରେ ସେ ମାଓ ସଙ୍ଗଠନର ଗୋଟିଏ ପରେ ଗୋଟିଏ ଦାୟିତ୍ୱ ସମ୍ଭାଳିଥିଲା। ଜାମ୍ପାନ ଜଣେ ଉଚ୍ଚଶିକ୍ଷିତ ଓ  ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ  ଗଣିତରେ ସ୍ନାତ୍ତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି। ସେ ସଂଗଠନ ଛାଡ଼ିବା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ଲାଗି ଜାମ୍ପାନ୍ନା ଓ ପତ୍ନୀ ରଞ୍ଜିତା ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି।

ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି- ‘ହାର୍ଡକୋର ମାଓନେତା ଜାମ୍ପାନ୍ନାଙ୍କୁ ଜେରା କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମ୍ ହାଇଦ୍ରାବାଦ ଯିବ। ଜଣେ ଏସପି ରାଙ୍କ ଅଫିସରଙ୍କ ନେତୃତ୍ୱରେ ଏହି ଟିମ୍ ଯିବ ବୋଲି ଜଣାପଡିଛି। ପ୍ରାଥମିକ ଜେରା ପରେ ଉଭୟଙ୍କୁ ରିମାଣ୍ଡରେ ନିଆଯିବ।

 

 

Related story