ମନୋଜ ଦାସଙ୍କ ପାଇଁ ପହଁଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ୍ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ଚିକିତ୍ସା ପାଇଁ ପହଁଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ୍  । ପୁଡୁଚେରୀ ସ୍ଥିତ ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଡାକ୍ତରୀ ଟିମ୍,  ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବେ। ମନୋଜ ଦାସଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ […]

manoj-das

manoj-das

Tapas Behera
  • Published: Saturday, 12 December 2020
  • Updated: 12 December 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ଚିକିତ୍ସା ପାଇଁ ପହଁଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ୍  । ପୁଡୁଚେରୀ ସ୍ଥିତ ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଡାକ୍ତରୀ ଟିମ୍,  ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବେ।

ମନୋଜ ଦାସଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଅସୁସ୍ଥ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ ପାଇଁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅନୁରୋଧ କରିଥିଲେ।  ଯଶସ୍ୱୀ ଲେଖକ ମନୋଜ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବାରୁ ୩ ମାସ ହେବ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos