କର୍ମସଂସ୍ଥାନ ଅନ୍ୱେଷଣ: ଏବର୍ଷ ରାଜ୍ୟ ବାହାରକୁ ଗଲେଣି ଅଧିକ ଶ୍ରମିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରାୟ ୧୦.୦୭ଲକ୍ଷ ଶ୍ରମିକ ରାଜ୍ୟକୁ ଫେରିଥିଲେ ମଧ୍ୟ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଜଣାପଡ଼ିଛି। ଯେଉଁଥିପାଇଁ ୨୦୧୯ ମସିହା ତୁଳନାରେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଅଧିକ ସଂଖ୍ୟକ ଶ୍ରମିକଙ୍କୁ ରାଜ୍ୟ ବାହାରେ କାମ କରିବା ନିମନ୍ତେ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି। କରୋନା ଯୋଗୁ ଫେରିଥିବା ୧୦.୦୭ଲକ୍ଷ ଶ୍ରମିକଙ୍କ ମଧ୍ୟରୁ କେତେ ପୁଣିଥରେ ରାଜ୍ୟ ଛାଡ଼ି ବାହାରକୁ ଗଲେଣି ସେ ତଥ୍ୟ ରାଜ୍ୟ […]

migrate

migrate

Manoranjan Sial
  • Published: Wednesday, 25 November 2020
  • Updated: 25 November 2020, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରାୟ ୧୦.୦୭ଲକ୍ଷ ଶ୍ରମିକ ରାଜ୍ୟକୁ ଫେରିଥିଲେ ମଧ୍ୟ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଜଣାପଡ଼ିଛି। ଯେଉଁଥିପାଇଁ ୨୦୧୯ ମସିହା ତୁଳନାରେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଅଧିକ ସଂଖ୍ୟକ ଶ୍ରମିକଙ୍କୁ ରାଜ୍ୟ ବାହାରେ କାମ କରିବା ନିମନ୍ତେ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି। କରୋନା ଯୋଗୁ ଫେରିଥିବା ୧୦.୦୭ଲକ୍ଷ ଶ୍ରମିକଙ୍କ ମଧ୍ୟରୁ କେତେ ପୁଣିଥରେ ରାଜ୍ୟ ଛାଡ଼ି ବାହାରକୁ ଗଲେଣି ସେ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। କରୋନା କାଳରେ ସାଧାରଣ ଲୋକଙ୍କୁ ଜୀବନଜୀବିକା ଯୋଗାଇ ଦେବାନିମନ୍ତେ ପ୍ରତିଶ୍ରୁତି ଦେଉଥିବା ରାଜ୍ୟ ସରକାରଙ୍କ ଉପରେ ଭରସା ପାଉନଥିବାରୁ ଏଥର ଆନୁଷ୍ଠାନିକ ଭାବେ ଅଧିକ ସଂଖ୍ୟକ ଶ୍ରମିକ କର୍ମ ଅନ୍ୱେଷଣରେ ଓଡ଼ିଶା ଛାଡ଼ିବାକୁ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ)-୧୯୭୯ ଆଇନ ଅନ୍ତର୍ଗତ ୨୦୧୯ ମସିହାରେ ୨୮୦୪ଜଣ ଠିକାଦାର(ଲେବର କଣ୍ଟ୍ରାକ୍ଟର)ଙ୍କ ମାଧ୍ୟମରେ ୧ଲକ୍ଷ ୩୬ହଜାର ୪୪୭ଜଣ ଶ୍ରମିକ(ଓଡ଼ିଶାର ଲୋକ) ରାଜ୍ୟ ବାହାରକୁ ଯାଇଛନ୍ତି। ଅନ୍ୟପକ୍ଷରେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ୨୯୩୫ଜଣ ଠିକାଦାରଙ୍କ ମାଧ୍ୟମରେ ୧ଲକ୍ଷ ୪୨ହଜାର ୮୬୧ଜଣ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି।

ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୧୧୯୫ଜଣ ଠିକାଦାରଙ୍କ ମାଧ୍ୟମରେ ୮୨୫୬୨ଜଣ ଶ୍ରମିକ ଯାଇଥିବାବେଳେ ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ୩୬୩ଜଣ ଲେଖାଏଁ ପଞ୍ଜିକୃତ ଠିକାଦାରଙ୍କ ମାଧ୍ୟମରେ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଇଛନ୍ତି। କେବଳ ଭଦ୍ରକ,ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଠିକାଦାରମାନେ ଚଳିତବର୍ଷ ଲାଇସେନ୍ସ ହାସଲ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, କରୋନା କାଳରେ ଓଡ଼ିଶାକୁ ଫେରିଥିବା ୧୦ଲକ୍ଷ ୭ହଜାର ୩୩୦ଜଣ ଶ୍ରମିକ ଫେରିଥିବାବେଳେ ସର୍ବାଧିକ ଗଞ୍ଜାମ ଜିଲ୍ଲାକୁ ୨ଲକ୍ଷ ୨୫ହଜାର ୬୦୨ଜଣ, ବଲାଙ୍ଗିରରେ ୧ଲକ୍ଷ ୮ହଜାର ୪୬୯ଜଣ, ନୂଆପଡ଼ାରେ ୬୫,୭୮୫ଜଣ, ଖୋର୍ଦ୍ଧାକୁ ୨୧୬୭୦ଜଣ, କଟକ ଜିଲ୍ଲାକୁ ୨୭୦୦୬ଜଣ, ଝାରସୁଗୁଡ଼ା ୩୧୮୨ଜଣ, ଦେବଗଡ଼ରେ ୩୭୪୭ଜଣ ଶ୍ରମିକ ଓଡ଼ିଶାକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos