ହତ୍ୟାକାରୀକୁ ଗିରଫ ଦାବିରେ କୁଚିଣ୍ଡା-ବାମରା ରାସ୍ତା ଅବରୋଧ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଅର୍ଡାବାହାଲରେ ଯୋଗେଶ ପଟେଲ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ଲୋକ କୁଚିଣ୍ଡା-ବାମରା ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟଲୋକ ଦାବି କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଗତ ଗୁରୁବାର ଦିନ ଯୋଗେଶ ପଟେଲଙ୍କ ମୃତ୍ୟୁ ହୋଇଥିଲା। କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଅର୍ଡାବାହାଲ ନିକଟ ରାସ୍ତାକଡ଼ରେ ତାଙ୍କ ମରଶରୀର ଉଦ୍ଧାର କରାଯାଇଥିଲା। ଏନେଇ ମହୁଲପାଲି […]

kichida

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 01:00 PM IST

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଅର୍ଡାବାହାଲରେ ଯୋଗେଶ ପଟେଲ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ଲୋକ କୁଚିଣ୍ଡା-ବାମରା ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟଲୋକ ଦାବି କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି।

ଗତ ଗୁରୁବାର ଦିନ ଯୋଗେଶ ପଟେଲଙ୍କ ମୃତ୍ୟୁ ହୋଇଥିଲା। କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଅର୍ଡାବାହାଲ ନିକଟ ରାସ୍ତାକଡ଼ରେ ତାଙ୍କ ମରଶରୀର ଉଦ୍ଧାର କରାଯାଇଥିଲା। ଏନେଇ ମହୁଲପାଲି ପୋଲିସ  ଘଟଣାର ତଦନ୍ତ କରୁଛି।

Related story