ଯୋଡ଼ାମୁଣ୍ଡ ଶିଶୁ ହନି-ସିଂହଙ୍କର ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ଚାଲିଛି ମୁଣ୍ଡଯୋଡ଼ା ଶିଶୁ ହନି-ସିଂହଙ୍କ ଚିକିତ୍ସା। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଦୁହିଁଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ସେମାନଙ୍କର ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ନିୟମିତ ଅବଜରଭେସନ୍‌ରେ ରଖାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ଉନ୍ନତି ହେବ, ସେଥିପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଏହା ଏକ ବିରଳ ଅସ୍ତ୍ରୋପଚାର ହୋଇଥିବାରୁ ଏମ୍ସର ଟିମ୍ ଅଫ୍ ଡକ୍ଟର୍ସ ଏଥିରେ ନିୟୋଜିତ ହୋଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଅପରେସନ୍‌ କେବେ ହେବ ତାହା ସ୍ଥିର […]

joint head

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 07:15 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ଚାଲିଛି ମୁଣ୍ଡଯୋଡ଼ା ଶିଶୁ ହନି-ସିଂହଙ୍କ ଚିକିତ୍ସା। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଦୁହିଁଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ସେମାନଙ୍କର ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ନିୟମିତ ଅବଜରଭେସନ୍‌ରେ ରଖାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ଉନ୍ନତି ହେବ, ସେଥିପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଏହା ଏକ ବିରଳ ଅସ୍ତ୍ରୋପଚାର ହୋଇଥିବାରୁ ଏମ୍ସର ଟିମ୍ ଅଫ୍ ଡକ୍ଟର୍ସ ଏଥିରେ ନିୟୋଜିତ ହୋଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଅପରେସନ୍‌ କେବେ ହେବ ତାହା ସ୍ଥିର ହୋଇନାହିଁ। ରିପୋର୍ଟ ଓ ଟିମ୍ ଅଫ୍ ଡକ୍ଟର୍ସଙ୍କର ମତାମତ ପରେ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯିବ ବୋଲି ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି।

Related story