ହାସ୍ୟ ଅଭିନେତା ଜୋଜୋଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ସମ୍ୱଲପୁର (ସଞ୍ଜୟ ଜେନା): ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ଜୋଜୋ। ତାଙ୍କ ୟୁଟ୍ୟୁବ୍‌ ଚାନେଲ ହୋଇଛି ହ୍ୟାକ୍‌। ଏନେଇ ଜୋଜୋ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ୨୦୧୫ ମସିହାରେ JOJO J5 ନାଁରେ ଜୋଜୋ ଏକ ୟୁଟ୍ୟୁବ୍‌ ଚ୍ୟାନେଲ କରିଥିଲେ। ଆଉ ସେଥିରେ ନିଜର ହାସ୍ୟ ରସାତ୍ମକ ଭିଡିଓ ଓ ମ୍ୟୁଜିକ ଭିଡିଓ ଅପ୍‌ଲୋଡ କରିଥିଲେ। ସେଥିରୁ ମିଳୁଥିବା ଆୟରୁ ପରିବାର ପ୍ରତିପୋଷଣ କରୁଥିଲେ। ଏଥିସହିତ ତାଙ୍କ ୟୁଟ୍ୟୁବ୍‌ […]

jojo

jojo

Manoranjan Sial
  • Published: Sunday, 22 November 2020
  • Updated: 23 November 2020, 07:38 AM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ଜୋଜୋ। ତାଙ୍କ ୟୁଟ୍ୟୁବ୍‌ ଚାନେଲ ହୋଇଛି ହ୍ୟାକ୍‌। ଏନେଇ ଜୋଜୋ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

୨୦୧୫ ମସିହାରେ JOJO J5 ନାଁରେ ଜୋଜୋ ଏକ ୟୁଟ୍ୟୁବ୍‌ ଚ୍ୟାନେଲ କରିଥିଲେ। ଆଉ ସେଥିରେ ନିଜର ହାସ୍ୟ ରସାତ୍ମକ ଭିଡିଓ ଓ ମ୍ୟୁଜିକ ଭିଡିଓ ଅପ୍‌ଲୋଡ କରିଥିଲେ। ସେଥିରୁ ମିଳୁଥିବା ଆୟରୁ ପରିବାର ପ୍ରତିପୋଷଣ କରୁଥିଲେ। ଏଥିସହିତ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରାୟ ୧୫ ଜଣ ଯୁବକ କର୍ମ ନିଯୁକ୍ତି ପାଇଥିଲେ।

ଜୋଜୋ କହିଛନ୍ତି-“୨୦୧୫ ମସିହାରୁ ଏଯାଏ ପ୍ରାୟ ୨୫୦ରୁ ଅଧିକ କମେଡି ଭିଡିଓ ଓ ୫୦ରୁ ଅଧିକ ମ୍ୟୁଜିକ ଭିଡିଓ ଅପଲୋଡ ହୋଇଥିଲା। ମୋ ୟୁଟ୍ୟୁବ୍‌ ଚ୍ୟାନେଲର ସବସ୍କ୍ରାଇବରଙ୍କ ୧ ମିଲିୟନ ଅତିକ୍ରମ କରିସାରିଥିଲା। ବିଶେଷ କରି କରୋନା ସମୟରେ ସମସ୍ତ ପ୍ରକାର ଷ୍ଟେଜ କାର୍ଯ୍ୟକ୍ରମ ବନ୍ଦ ଥିବାରୁ କେବଳ ୟୁଟ୍ୟୁବ୍‌ ଆୟ ଉପରେ ନିର୍ଭରଶୀଳ ଥିଲି। ୨୦ ତାରିଖ ରାତିରେ ମୋ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆକାଉଣ୍ଟ ହାକ ହୋଇଥିବା ଜାଣିବାକୁ ପାଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos