ବିଧାନସଭାରେ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଲେ ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ନିକଟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିବା ଘଟଣା ରାଜ୍ୟବ୍ୟାପି ବେଶ ଚହଳ […]

760-1-750x430

Tapas Behera
  • Published: Monday, 18 November 2019
  • , Updated: 18 November 2019, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ନିକଟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିବା ଘଟଣା ରାଜ୍ୟବ୍ୟାପି ବେଶ ଚହଳ ସୃଷ୍ଟି କରିଥିଲା। ତେବେ ସାମ୍ବାଦିକଙ୍କ ସୁରକ୍ଷା ନେଇ ଦାବି ହୋଇ ଆସୁଥିଲା ବେଳେ ଏହାକୁ ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି  କଂଗ୍ରେସ ନେତା ନରସିଂହ ମିଶ୍ର।

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂଆ ନିୟମ ଆଣିବାକୁ କହିଲେ ନରସିଂହ। ସେ କହିଛନ୍ତି ଯେ, ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ଆକ୍ରମଣର ଶିକାର ହେଉଛନ୍ତି। ଏପରିକି ଜନପ୍ରତିନିଧି ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ରହିଛି, ସୁରକ୍ଷା ପାଇଁ ନୂଆ ନିୟମ ଅଣାଯାଉ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ କହିଛନ୍ତି, ଏଯାଏ ସାମ୍ବାଦିକ ଚିହ୍ନଟ କରାଯାଇପାରିନି। ଏହାଛଡ଼ା ସାମ୍ବାଦିକଙ୍କୁ ସୁରକ୍ଷା ସହ ଅନ୍ୟ ସୁବିଧା ସୁଯୋଗ ଦେବା ଆବଶ୍ୟକ। ବାଚସ୍ପତି ନିଜେ ଜଣେ ସାମ୍ବାଦିକ, ତେଣୁ ସାମ୍ବାଦିକଙ୍କ ପାଇଁ ଯତ୍ନବାନ ହେବାକୁ ସେ ଦାବି କରିଥିଲେ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ଓଡ଼ିଶାରେ ସାମ୍ବାଦିକ ଭାରି ଦୁଃଦିନରେ ଅଛନ୍ତି ବୋଲି କହିଥିଲେ। ସାମ୍ବାଦିକଙ୍କୁ ଦରମା ଦେବା ସହ ସରକାର ଘର ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

Related story